ଏଣିକି ହ୍ବାଟସ୍ ଆପରେ ଟୀକାକରଣ ପ୍ରମାଣପତ୍ର

ଯେଉଁମାନେ କରୋନା ଟିକା ନେଉଛନ୍ତି, ସେମାନେ ବର୍ତ୍ତମାନ ଅଳ୍ପ ସମୟ ମଧ୍ୟରେ ହ୍ବାଟସ୍ ଆପରେ ଟୀକାକରଣର ପ୍ରମାଣପତ୍ର ପାଇପାରିବେ ।

0

(ଦିଲ୍ଲୀ) : ଯେଉଁମାନେ କରୋନା ଟିକା ନେଉଛନ୍ତି, ସେମାନେ ବର୍ତ୍ତମାନ ଅଳ୍ପ ସମୟ ମଧ୍ୟରେ ହ୍ବାଟସ୍ ଆପରେ ଟୀକାକରଣର ପ୍ରମାଣପତ୍ର ପାଇପାରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିଆଙ୍କ କାର୍ଯ୍ୟାଳୟ ରବିବାର ଟ୍ୱିଟରରେ ଏହି ସୂଚନା ଦେଇଛି।

ସୂଚନାନୁଯାୟୀ , ବର୍ତ୍ତମାନ ଲୋକଙ୍କୁ ଟୀକାକରଣ ପ୍ରମାଣପତ୍ର ଡାଉନଲୋଡ୍ କରିବାକୁ COVIN ପୋର୍ଟାଲକୁ ଯିବାକୁ ପଡୁଛି। ସର୍ବପ୍ରଥମେ ଆପଣଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ +91 9013151515 ସେଭ୍‌ କରିବାକୁ ପଡିବ । ଏହି ନମ୍ବର ସେଭ୍ କରିବା ପରେ ନିଜ ହ୍ବାଟସ୍ ଆପ୍ ଖୋଲନ୍ତୁ। ଚାଟ୍ ବକ୍ସକୁ ଯାଆନ୍ତୁ ଏବଂ ‘କୋଭିଡ୍ ସାର୍ଟିଫିକେଟ୍’ ଟାଇପ୍ କରନ୍ତୁ । ଏହା ପରେ ଆପଣ ନିଜ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ଛଅ ଅଙ୍କ ବିଶିଷ୍ଟ OTP ପାଇବେ। ହ୍ବାଟସ୍ ଆପ୍ ଚାଟ୍ ବକ୍ସରେ ଏହି OTP ଟାଇପ୍ କରନ୍ତୁ ଏବଂ ଏହାକୁ ପଠାନ୍ତୁ ।