(ଲଣ୍ଡନ): ଆଜିଠୁ ବ୍ରିଟେନରେ କରୋନା ଟୀକାକରଣ ଆରମ୍ଭ ହୋଇଛି। ଫାଇଜର-ବାୟୋଟେକ ଦ୍ୱାରା ପ୍ରସ୍ତୁତ ଫାଇଜର ଟୀକାକୁ ଗତ ସପ୍ତାହରେ ବ୍ରିିଟେନ ସରକାର ଅନୁମତି ଦେବା ପରେ ଆଜି ତାହା ଲୋକଙ୍କୁ ଦିଆଯାଇଛି । ଯେଉଁମନଙ୍କର ଅବସ୍ଥା ଅଧିକ ଗୁରୁତର ରହିଛି ସେମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଏହି ଟୀକା ଦିଆଯାଇଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଜିର ଦିନକୁ ‘ଭ୍ୟାକ୍ସିନ ଡେ’ ଭାବେ ଘୋଷଣା କରିଛନ୍ତି । କରୋନା ମୁକାବିଲା ଦିଗରେ ଏହା ସବୁଠୁ ବଡ ପଦକ୍ଷେପ । ଦୀର୍ଘ ସମୟ ଧରି ଦେଶ ଜାରି ରଖିଥିବା କରୋନା ଯୁଦ୍ଧର ଅସଲ ଲଢେଇ ଆଜିଠାରୁ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ୮୦ ବର୍ଷ ବୟସରୁ ଉଦ୍ଧ୍ୱର୍ ବ୍ୟକ୍ତି ଏବଂ ଜାତୀୟ ସ୍ୱାସ୍ଥ୍ୟ ସେବାର କାର୍ଯ୍ୟକର୍ତ୍ତାମାନଙ୍କୁ ଟୀକାକରଣ ପାଇଁ ଗୁରୁତ୍ୱ ଦିଆଯାଇଛି । ସୂଚନା ଅନୁଯାୟୀ, ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୩୭ ହଜାର ୯୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୧ ହଜାର ୪୩୪ ଜଣଙ୍କର ମୃତ୍ୟୁ ହୋଇଛି ।