ପାଞ୍ଚବର୍ଷରୁ କମ୍‌ ବୟସର ପିଲାଙ୍କୁ ତିନୋଟି ଡୋଜ୍‌ ଟିକା ଜରୁରୀ :ଫାଇଜର

କରୋନା ପରେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ବଢ଼ୁଛି ଲୋକଙ୍କ ଭୟ। ଏହା ପିଲାମାନଙ୍କ ପାଇଁ ବିପଦଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

0

(ଦିଲ୍ଲୀ) : କରୋନା ପରେ ଓମିକ୍ରନ୍ ଭାରିଆଣ୍ଟକୁ ନେଇ ବଢ଼ୁଛି ଲୋକଙ୍କ ଭୟ। ଏହା ପିଲାମାନଙ୍କ ପାଇଁ ବିପଦଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଛୋଟ ଛୁଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଫାଇଜର ଦ୍ବାରା ପ୍ରସ୍ତୁତ ଟିକାର ତିନୋଟି ଡୋଜ ପିଲାମାନଙ୍କୁ ଦେବାକୁ କୁହାଯାଇଛି।

ଆମେରିକାରେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଲୋକମାନେ ନିଜ ପିଲାମାନଙ୍କୁ ଯଥା ସମ୍ଭବ ଟିକା ଦେବାକୁ ଚାହୁଁଛନ୍ତି। ବର୍ତ୍ତମାନ ଆମେରିକାରେ ପାଞ୍ଚ ବର୍ଷରୁ କମ୍ ୧ କୋଟି ୮୦ ଲକ୍ଷ ପିଲା ଅଛନ୍ତି, ଯେଉଁମାନଙ୍କର ଟୀକାକରଣ କରାଯିବ। ଗତ ବର୍ଷ ନଭେମ୍ବରରେ, ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କ ପାଇଁ Pfizer ର କରୋନା ଟିକା ପ୍ରଦାନ କରାଯାଇଥିଲା।

ସୂଚନାନୁଯାୟୀ, ସୋମବାର ଦିନ କମ୍ପାନୀ କହିଛି ଯେ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କୁ କରୋନା ଟିକା ଫାଇଜରର ତିନୋଟି ଡୋଜ ଦେବା ଆବଶ୍ୟକ। ଏହା ସେମାନଙ୍କୁ ସୁରକ୍ଷା ଦେବ ବୋଲି ଏକ ପରୀକ୍ଷଣରୁ ସ୍ପଷ୍ଟ ହୋଇଛି। ଏହି ପରୀକ୍ଷଣରେ ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କୁ ତିନୋଟି ଡୋଜ ଟିକା ଦିଆଯାଇଥିଲା। ଯାହାକି ପରେ ଏକ ଆଶ୍ଚର୍ଯ୍ୟଜନକ ସଫଳତା ଦେଇଥିଲା।