ଅନେକ ରୋଗ ଦୂର କରେ ଜାମୁକୋଳି

0

ବ୍ୟୁରୋ : ଜାମୁକୋଳି ଏମିତି ଏକ ଫଳ ଯାହା ନା କେବଳ ଦେଖିବାକୁ ସୁନ୍ଦର କିନ୍ତୁ ଖାଇବାରେ ମଧ୍ୟ ସ୍ୱାଦିଷ୍ଟ ଜାମୁକୋଳି ସାଧାରଣତଃ ଗ୍ରୀଷ୍ମ ଋତୁରେ ମିଳିଥାଏ ଜାମୁକୋଳି ସ୍ୱ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକାରକ ଏଥିରେ ପ୍ରାକୃତିକ ଏଣ୍ଟ ରହିଛି ଯାହା ଶରୀରର ସୁଜନ ଭଲ କରିବାରେ ସାହାଯ୍ୟ କରିଥାଏ । ଏହା ସଂକ୍ରମଣ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଜାମୁକୋଳିରେ ଭରପୁର ମାତ୍ରାରେ ଭିଟାମିନ-ସି ଓ ଆଇରନ ରହିଛି । ହୃଦଘାତ, ଡାଏବେଟିସ, ରକ୍ତଚାପ, କୋଲେଷ୍ଟ୍ରୋଲ ରୋଗୀଙ୍କ ପାଇଁ ଏହି କୋଳି ଅତ୍ୟନ୍ତ ହିତକାରକ । ବିଶେଷଜ୍ଞଙ୍କ କହିବାନୁସାରେ, ଯଦି କରିଥାଏ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଜାମୁକୋଳି ବହୁତ ଉପଯୋଗୀ ପ୍ରମାଣିତ ହୋଇଥାଏ ସ୍ୱ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି କୋଳିକୁ ଆପଣ ବିଭିନ୍ନ ଉପାୟରେ ଖାଇପାରିବେ ଏହାକୁ ଆପଣ ଥଣ୍ଡା କରି ଅନ୍ୟ ଫଳ ଭଳି ଖାଇପାରିବେ । ଏହାକୁ ଆପଣ ଫ୍ରୁଟ ଚାଟ କିମ୍ବା ଫ୍ରୁଟ ସାଲାଡ଼ କରି ମଧ୍ୟ ଖାଇପାରିବେ । ଏଥିରେ ଲୁଣ ଓ ଅଳ୍ପ ମାତ୍ରାରେ ଲଙ୍କା ଗୁଣ୍ଡ ପକାଇ ଖରାରେ କିଛି ସମୟ ଶୁଖାଇ ମଧ୍ୟ ଖାଇପାରିବେ ।

ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଆପଣଙ୍କ ଶରୀରରେ ଜଳୀୟ ଅଂଶ କମ ରହିଛି ତାହେଲେ ଜାମୁକୋଳିକୁ ଜୁସ କରି ମଧ୍ୟ ପିଇପାରିବେ । ଏହା ସ୍ୱ୍ୱାସ୍ଥ୍ୟ ପାଇଁ ହିତକର ପ୍ରମାଣିତ ହୋଇଥାଏ । ଆପଣଙ୍କ ଶରୀରରେ ଭିଟାମିନ-ସି କିମ୍ବା ଆଇରନ ପରିମାଣ କମ ଅଛି ତାହେଲେ ଜାମୁକୋଳି ଖାଇବା ଲାଭଦାୟକ । ଏହାଦ୍ୱାରା ରକ୍ତ ସ୍ଥର ମଧ୍ୟ ବଢିଥାଏ । ଏହା ଲେଭଲ ନିୟନ୍ତ୍ରଣ କରିଥାଏ । ଏଥିରେ ଫାଇବର ମଧ୍ୟ ରହିଛି ଯେଉଁଥିପାଇଁ ପେଟ ଯନ୍ତ୍ରଣା, ଏସିଡ଼ିଟି, ଛାତିରେ ଜ୍ୱଳନ ଏବଂ ଅର୍ଶ ସମସ୍ୟା ଦୂର କରିବାରେ ସାହାଯ୍ୟ ରକ୍ତରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଦେଇଥାଏ ଯାହା ଦ୍ୱାରା ତ୍ୱଚାରେ ସମ୍ବନ୍ଧୀୟ ତଥା ବ୍ରଣ ହୋଇଥାଏ । ଡାଏବେଟିସ ରୋଗୀଙ୍କ ପାଇଁ ଜାମୁକୋଳି ବହୁତ ହିତକର । ଏହା ସୁଗର କଣ୍ଟ୍ରୋଲ କରିବାରେ ସାହାଯ୍ୟ ମଧ୍ୟ କରେ |