ଗର୍ଭବତୀଙ୍କ ପାଇଁ ସୁରକ୍ଷିତ ଭାକ୍ସିନ୍

0

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଭ୍ୟାକ୍ସିନକୁ ନେଇ ଅନେକ ଦ୍ୱନ୍ଦ ସହିତ ଅନେକ ଭ୍ରାନ୍ତ ଧାରଣା ଲାଗିରହିଛି । କରୋନାର ଦ୍ୱିତୀୟ ମହାମାରୀ ବିପଦ ଆଣିଥିବା ବେଳେ ଅନେକ ଲୋକ ଏଥିରେ ମୃତ୍ୟ ବରଣ କରିଛନ୍ତି । ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତ ସରକାର ଜୋରସୋରରେ ଟୀକାକରଣ ଆରମ୍ଭ କରିଛନ୍ତି । ଏହା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଗର୍ଭବତୀମାନେ ଭାକ୍ସିନ୍ ନେବାକୁ ନେଇ ମାର୍ଗଦର୍ଶିକା ଜାରିକରିଛନ୍ତି । ଭାକ୍ସିନ୍ ଗର୍ଭବତୀ ପାଇଁ ସୁରକ୍ଷିତ ବୋଲି ମାର୍ଗଦର୍ଶିକା ରେ ସୂଚନା ଦିଆ ଦିଆଯାଇଛି । ଗର୍ଭସ୍ଥ ଶିଶୁ ଉପରେ
ସକାରାତ୍ମକ ପ୍ରଭାବ ସହିତ ଗର୍ଭବତୀ ମହିଳା ସଂକ୍ରମଣରୁ ସୁରକ୍ଷିତ ରହିବା ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଡ.ବଳରାମ ଭାର୍ଗବ ସୂଚନା ଦେଇଛନ୍ତି ।