ପ୍ରେମର ପ୍ରତିଶ୍ରୁତିରେ ବାନ୍ଧି ହେବେ ପ୍ରେମୀ…

0

ପ୍ରେମ ସପ୍ତାହର ପଞ୍ଚମ ଦିବସରେ ପ୍ରତିଶ୍ରୁତିରେ ବାନ୍ଧି ହେଉଛନ୍ତି ପ୍ରେମୀ ଯୁଗଳ । ଏହି ଦିନ କପଲ ମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଫେବୃଆରୀ ମାସ ୧୧ ତାରିଖରେ ସବୁ ପ୍ରେମିକ ପ୍ରେମିକା ପରସ୍ପରକୁ ସାରା ଜୀବନ ଏକାଠି ରହିବାକୁ ପ୍ରତିଶ୍ରୁତି ଦେଇଥାନ୍ତି। ଏକ ସୁନ୍ଦର ଓ ମଜଭୁତ ସମ୍ପର୍କର ଆଧାର ହେଉଛି ପ୍ରତିଶ୍ରୁତି। ଏଣୁ ପ୍ରମିଜ୍‌ ଡେ’ ଅବସରରେ ସବୁ ପ୍ରେମୀଯୁଗଳ ପରସ୍ପରକୁ ସୁଖ,ଦୁଃଖ, ଭଲମନ୍ଦରେ ଏକାଠି ରହିବା ପାଇଁ ହାତରେ ହାତ ଛନ୍ଦି ପ୍ରତିଶ୍ରୁତି ଦେଇଥାନ୍ତି।

ଏହି ଦିନରେ କୌଣସି ପରିସ୍ଥିତିରେ କେହି କାହାରି ହାତ ନ ଛାଡିବା ପାଇଁ ପ୍ରତିଜ୍ଞା ନେଇ ଆଗକୁ ବଢିଥାନ୍ତି। ଏଇ ଟିକକ ପ୍ରତିଶ୍ରୁତି ପ୍ରେମୀଯୁଗଳଙ୍କୁ ପରସ୍ପର ପାଇଁ ବଞ୍ଚିବା ନମନ୍ତେ ରାହା ଦେଖାଇଥାଏ। ଏହାଦ୍ବାରା ସମ୍ପର୍କ ମଜଭୁତ ହୁଏ। ଜୀବନରେ କେବେ ବି କେହି କାହା ବିଶ୍ୱାସ ଭାଙ୍ଗିବେ ନାହିଁ ବା ବିଶ୍ବାସ ସହ ଖେଳିବେ ନାହିଁ ବୋଲି ଏହି ଦିନ ପରସ୍ପରକୁ ପ୍ରତିଶ୍ରୁତି ଦେଇଥାନ୍ତି।