ଭୁବନେଶ୍ୱର: ଜବରଦଖଲକାରୀଙ୍କ କବଜାରେ ସହରାଞ୍ଚଳର କୋଟି କୋଟି ମୂଲ୍ୟବାନ ଜମି । ଗୃହରେ ଏ ନେଇ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି ରାଜଧାନୀରେ ୩୦ ଏକର ଜମି ଜବରଦଖଲ କାରୀଙ୍କ କବଜା ରେ ରହିଛି । ଏହା ମଧ୍ୟରେ ସର୍ବାଧିକ ସାମପୁର ମଉଜାର ୨୭ ଏକର ଜମି ଜବରଦଖଲ କାରୀ ଙ୍କ କବଜାରେ ରହିଛି । ଯେଉଁଥିପାଇଁ ୧୬ ଗୋଟି ଜବର ଦଖଲ ମାମଲା ରୁଜ୍ଜୁ ହୋଇଥିବା ବେଳେ ତାହା ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟ ରେ ବିଚାରାଧୀନ ରହିଛି । ସେହିପରି ଗାଡ଼କଣ ରେ ଦୁଇ ଏକ ଜମି ଜବରଦଖଲ କାରୀ ଙ୍କ କବଜା ରେ ଥିବା ବେଳେ ଚନ୍ଦ୍ରଶେଖର ପୁରରେ ଦେଢ଼ ଏକର ଜମି ଜବରଦଖଲ କାରୀଙ୍କ କବଜା ରେ ରହିଛି ।