ଫିଲ୍ମ ‘ଯୁଗ ଯୁଗ ଜିୟୋ’ରେ ନଜର ଆସିବେ ବରୁଣ ଓ କିଆରା

ଲଗାତାର ଭାବେ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ବଲିଉଡ୍‌-ସାଉଥ୍‌ ବିବାଦ ଥମିବାର ନାଁ ଧରୁନି ।

0

(ମୁମ୍ବାଇ) : ଲଗାତାର ଭାବେ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ବଲିଉଡ୍‌-ସାଉଥ୍‌ ବିବାଦ ଥମିବାର ନାଁ ଧରୁନି । ଏହି କ୍ରମରେ ବରୁଣ ଧୱନ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ , କେହି ଜାଣନ୍ତି ନାହିଁ …ଚାଲ ଆଜି କ୍ୟାମେରାରେ କହୁଛି କେହି କିଛି ଜାଣନ୍ତି ନାହିଁ… । ସଚ୍ଚୋଟ ରୁହ , ମୋତେ ଜଣାନାହିଁ ସବୁଠୁ ସଫଳ ନିର୍ମାତା ବା ନିର୍ଦ୍ଦେଶକ ବି ଜାଣନ୍ତି , କିଛି ବି ନୁହେଁ । କେହି କିଛି ଜାଣନ୍ତି ନାହିଁ ।

ତେବେ ବରୁଣ ଧୱନ ଏହି ସମୟରେ ନିଜ ଫିଲ୍ମ ଯୁଗ ଯୁଗ ଜିୟୋର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ମଲ୍ଟିଷ୍ଟାରର ଏହି ଫିଲ୍ମର ଜୋରସୋରରେ ପ୍ରଚାର ହେଉଛି। ଟ୍ରେଲରରୁ ନେଇ ଏହାର ଗୀତ ପର୍ଯ୍ୟନ୍ତ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଫିଲ୍ମରେ ପ୍ରଥମ ଥର ବରୁଣ ଧୱନଙ୍କ ସହ କିଆରା ଆଡୱାଣୀଙ୍କର ଯୋଡ଼ି ବଡ଼ ପରଦାରେ ନଜର ଆସିବ।

 

ବରୁଣ ଓ କିଆରାଙ୍କ ଏହି ଫିଲ୍ମକୁ ନେଇ ବହୁତ ଆଶା କରାଯାଉଛି। ହେଲେ ଉଭୟ ଆକ୍ଟରଙ୍କ ମତରେ ଏମିତି କୌଣସି ଫର୍ମୂଲା ନାହିଁ ଯେଉଁଥି ପାଇଁ ବଲିଉଡରେ ଫିଲ୍ମ ହିଟ୍‌ ହୋଇପାରେ।