(ସରୋଜ/ହର ପ୍ରସାଦ)ଭୁବନେଶ୍ୱର: ବର୍ଷା ରତୁ ଆରମ୍ଭ ହୋଇଥିବା ବେଳେ ଜଳବାହିତ ରୋଗ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ତିନି ମାସ ପାଇଁ ସତର୍କ ରହିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ରାଜ୍ୟ ସଚିବାଳୟରେ ମନ୍ତ୍ରୀ ଶ୍ରୀ ଦାସଙ୍କ ଅଧ୍ୟକ୍ଷତିରେ ଏହି ବୈଠକ ବସିଥିଲା । ଏହି ବୈଠକରେ ଏନଭିପିଡ଼ିସିପି କାର୍ଯ୍ୟର ସମୀକ୍ଷା ଅବସରରେ ରାଜ୍ୟରେ ମ୍ୟାଲେରିଆ,ଡ଼େଙ୍ଗୁ,ଜେଇ,ଏଲସେ,ଚିକେନଗୁନିଆ,ଡ଼ାଏରିଆ ଆଦି ରୋଗ ଯେଭଳି କୌଣସି ସ୍ଥାନରେ ନ ବ୍ୟାପେ । ସେଥିପାଇଁ ସଜାଗ ରହିବାକୁ କହିଛନ୍ତି ।
ଏହି ସବୁ ରୋଗର ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ପ୍ରମୋଦ କୁମାର ମେହେରଦା, ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ରାଜ୍ୟ ଓଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।