କେନ୍ଦ୍ରୀୟ ଡେପୁଟେସନରେ ଯିବେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ଧଳ ଓ ପୂର୍ତ୍ତ ବିଭାଗର ବୀର ବିକ୍ରମ ଯାଦବ

0

ଭୁବନେଶ୍ୱର; ଡେପୁଟେସନରେ ଯିବେ ୨ IAS  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ସଚିବ ନିକୁଞ୍ଜ ଧଳ ଓ ପୂର୍ତ୍ତ ବିଭାଗର ବୀର ବିକ୍ରମ ଯାଦବ ଯିବେ କେନ୍ଦ୍ରୀୟ ଡେପୁଟେସନରେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଦୁଇ ଆଇଏଏସ ହେଉଛନ୍ତି ଓଡିଶା କ୍ୟାଡରର । ସୂଚନା ମୁତାବକ, ନିର୍ବାଚନ ଅଧିକାରୀ ଥିବା ବେଳେ ନିର୍ବାଚନ ତ୍ରୁଟି ପାଇଁ କଠୋର କାର୍ଯ୍ୟନୁଷ୍ଠାନ ନେଇ ପ୍ରଶଂସା ସାଉଁଟିଥିଲେ ନିକୁଞ୍ଜ ଧଳ । ସେହିପରି ବୀର ବିକ୍ରମ ଯାଦବଙ୍କୁ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ତେବେ ହଠାତ ଏଭଳି ଡେପୁଟେସନକୁ ଯିବାକୁ ନେଇ ଜୋର ଧରିଛି ଚର୍ଚ୍ଚା ।