ପରିବହନ ଗାଡିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇଜ

0

ଭୁବନେଶ୍ୱର: ପରିବହନ ଗାଡିରେ ଲାଗିବ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇଜ ବା ଭିଏଲଟିଡି। କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ । ଯାତ୍ରୀଙ୍କ ନିରାପତ୍ତକୁ ଦୃଷ୍ଟିରେ ରଖି ଗାଡିରେ ଭିଏଲଟିଡ଼ି ଡିଭାଇସ୍ ଖଞ୍ଜିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି ହୋଇଛି । ଅକ୍ଟୋବର ପହିଲାରୁ ନୂଆ ଗାଡି ରେଜିଷ୍ଟ୍ରେସନ ସମୟରେ ଭିଏଲଟିଡି ଓ ପାନିକ ବଟନ୍ ଲଗାଇବାକୁ ନିୟମ ଆଣିଛି ପରିବହନ ବିଭାଗ । ତେବେ ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ କରାଯାଇଛି।

ଭିଏଲଟିଡି ଓ ପାନିକ ବଟନ୍ ଲଗାଇବା ନେଇ ଗତ ଜୁଲାଇ ୧୭ରେ ନିୟମ ନୋଟିଫିକେସନ ରାଜ୍ୟ ପରିବହନ ବିଭାଗ କରିଥିବାବେଳେ ଏହି ଭିଏଲଟିଡି ଓ ପାନିକ ବଟନ୍ ନଲଗେଇଲେ ପଞ୍ଜିକରଣ କରି ପାରିବେନି ନୂଆ ଗାଡି ମାଲିକ । ତେବେ ଶିକ୍ଷାନୁଷ୍ଠାନ ବସ୍, ଓମିନି ବସ୍, ମୋଟର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ୍ ଗାଡ଼ି ,ଆମ୍ବୁଲାନ୍ସ , ବିଭିନ୍ନ ପ୍ରକାରର କ୍ୟାବ୍, ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକର ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। କେବଳ ଦୁଇ ଚକିଆ, ତିନିଚକିଆ ଓ ରିକ୍ସା ଏଥିରୁ ବାଦ୍ ପଡ଼ିଛନ୍ତି । ତେବେ ଚଳିତ ମାସ ୩୦ ତାରିଖ ଭିତରେ ପରିବହନ ଗାଡ଼ି କିଣିଥିଲେ, ଡିସେମ୍ବର ୩୧ ତାରିଖ ପୂର୍ବରୁ ଏହି ଡିଭାଇସ୍ ଲଗାଇବେ ।