ରାତାରାତି କାଟିନେଲେ ବହୁ ମୂଲ୍ୟବାନ ଚନ୍ଦନ ଗଛ

0

ରାଇରଙ୍ଗପୁର-: ଗତ କାଲି ବିଳମ୍ବିତ ରାତିରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦୁବୁଲାବେଡା ଗ୍ରାମ ବିକାଶ ନଗରର ଦୀନବନ୍ଧୁ ପୁହାଣଙ୍କ ବାଡି ଭିତରେ ପଶି ବିନା ଶବ୍ଦ ବାଲା କଟାଯନ୍ତ୍ରରେ ଗୋଟିଏ ୩୦ ଫୁଟ ଉଚ୍ଚର ପୁରୁଣା ଚନ୍ଦନ ଗଛକୁ କାଟି ନେଇ ପଳାଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଆଜି ସକାଳୁ ଦିନବନ୍ଧୁ ପୁହାଣ ଦେଖିବାକୁ ପାଇଥିଲେ ଘର ପାଖରେ ଥିବା ବହୁ ମୂଲ୍ୟବାନ ଚନ୍ଦନ ଗଛଟିକୁ କାଟି ନେଇଛନ୍ତି ଏବଂ  ଡାଳ ଗୁଡିକୁ ପଡୋଶୀଙ୍କ ଛାତରେ ପକାଇଦେଇଛନ୍ତି । ଏହାକୁ ନେଇ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

ତେବେ ବଜାରରେ ଚନ୍ଦନ କାଠ କିଲୋ ୮୦୦୦ ଟଙ୍କା ହୋଇଥିବାବେଳେ ବଜାର ଦର ଏବଂ ଆବଶ୍ୟକତାକୁ ଦେଖି ଚୋରମାନେ ଚନ୍ଦନ ଗଛ ଉପରେ ନଜର ରଖୁଛନ୍ତି ।