ଆଲୁଅ ଦେଖିନଥିବା ଓ ଶବ୍ଦ ଶୁଣିନଥିବା ଛାତ୍ର ଛାତ୍ରୀଙ୍କ ସହ ଆଲୋକର ପର୍ବ ପାଳିଲେ ବିଡ଼ିଓ

0

ଗଞ୍ଜାମ /ରଜନୀକାନ୍ତ ପାତ୍ର :  ମୁକ ବଧିର ଦୃଷ୍ଟିହୀନ ମାନସିକ ଛାତ୍ର ଛାତ୍ରୀଙ୍କ ସହ ଆଲୋକର ପର୍ବ ପାଳିଲା ସାନଖେମୁଣ୍ଡି ପ୍ରଶାସନ । ଦୀପାବଳି ଅବସରରେ ଜନ୍ମରୁ ଆଲୁଅ ଦେଖିନଥିବା ଓ ଶବ୍ଦ ଶୁଣିନଥିବା ଛାତ୍ର ଛାତ୍ରୀଙ୍କ ସହ ଆଲୋକର ପର୍ବ ପାଳିଲେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର । ନୂତନ ଜର୍ସି ସାର୍ଟ ସହ ମିଠା ସାଙ୍ଗକୁ ଦିଅ ଓ ଚକଲେଟ ସହ ବାଣ ନେଇ ପହଞ୍ଚିଥିଲେ ନରସିଂହ ମାଠ ମୁକ ବଧିର ଦୃଷ୍ଟିହୀନ ମାନସିକ ବିଦ୍ୟାଳୟ ରେ ପିଲାଙ୍କ ସହ ଦୀପାବଳି ପାଳନ କରି ବେଶ ଖୁସି ହୋଇଛନ୍ତି ବିଡ଼ିଓ ଓ ପିଲାମାନେ ମଧ୍ୟ ବେଶ ଖୁସି । ତାଙ୍କ ସହ କେହି ବି ଦୀପାବଳି ପାଳନ କରୁନଥିବା ବେଳେ ଏଭଳି ପ୍ରୟାସ କରିଥିବାରୁ ସବୁଠି ପ୍ରଶଂସା ସାଉଁଟିଛି ସାନଖେମୁଣ୍ଡି ପ୍ରଶାସନ ।