ନୂଆଦିଲ୍ଲୀ: ଭାରତରେ ଭିଏତନାମାର ପ୍ରଧାନମନ୍ତ୍ରୀ । ୩ ଦିନିଆ ଗସ୍ତରେ ଭାରତ ଆସିଛନ୍ତି ଫାମ ମିନି ଚିହ୍ନା ଗତକାଲି ରାତିରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କକୁ ଆହୁରି ବିସ୍ତାର କରିବା ଆଲୋଚନା ହେବ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭିଏତନାମାର ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ ବୈଦେଶିକ ବେପାରମନ୍ତ୍ରୀ ପାବିତ୍ରା ମାର୍ଗେରିଟା ।
ବୈଦେଶିକ ବ୍ୟାପାର ପ୍ରବକ୍ତା ରଣଦୀପ ଜୟସଓ୍ବାଲ ଏକ୍ସରେ କହିଛନ୍ତି ଏତନାମ ପ୍ରଧାନମନ୍ତ୍ରୀ ଫାମ ମିନି ଚିହ୍ନାଙ୍କୁ ରାଜ୍ୟ ଗସ୍ତରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି। ଏହା ସହ କହିଛନ୍ତି, ପାରସ୍ପରିକ ବିଶ୍ୱାସ ଉପରେ ଆଧାର କରି ଭାରତ ଏବଂ ଭିଏତନାମର ସଭ୍ୟତା ଏବଂ ଦୀର୍ଘମିଆଦୀ ବନ୍ଧୁତା ରହିଛି। ଏହି ପରିଦର୍ଶନ ଆମର ବିସ୍ତୃତ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବ |