ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷୟତ୍ରୀ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ। ବାରମ୍ବାର ଲାଞ୍ଚ ନେଇ ଧରାପଡ଼ୁଥିଲେ ମଧ୍ୟ ସୁଧୁରୁନାହାନ୍ତି। ତେବେ ଆଜି ଜଣେ ପ୍ରଧାନ ଶିକ୍ଷୟତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁରର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ବୟସ ପ୍ରମାଣପତ୍ର ଦେବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିପ୍ରଭା ଶତପଥୀ । ତେବେ ବ୍ୟକ୍ତିଙ୍କ ଠାରୁ ଆଜି ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରଶ୍ମିପ୍ରଭା ଶତପଥୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହା ପରେ ତାଙ୍କ ଆୟବହିର୍ଭୂତ ସମ୍ପତି ମଧ୍ୟ ଯାଞ୍ଚ କରିବା ପାଇଁ ଖୋର୍ଦ୍ଧା ଭିଜିଲାନ୍ସ ପକ୍ଷରୁ ରଶ୍ମୀପ୍ରଭାଙ୍କ ବାଙ୍କୀ ସ୍ଥିତ ବାସଭବନରେ ଚଢାଉ କରାଯାଇଛି।ଏହା ସହ ସାଲେପୁର ସୌରୀ ଗାଁସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରାଯାଉଛି।ତେବେ ଅନେକ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ବେଳେ ତାଙ୍କର କେତେ ପରିମାଣର ସମ୍ପତି ରହିଛି ତାହା ଏଯାଏଁ ଜଣାପଡ଼ିନାହିଁ।