ମହାରାଜପୁର ଥାନାରେ କାର୍ଯ୍ୟରତ ଏସଆଇଙ୍କୁ ଧରିଲା ଭିଜିଲାନ୍ସ

0

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀର ମହାରାଜପୁର ଥାନାରେ କାର୍ଯ୍ୟରତ ଏସଆଇ ବୁଡୁ ଭୋଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ।ଏକ ଦୁର୍ଘଟଣାରେ ଜବତ ହୋଇଥିବା ମୋଟର ସାଇକେଲ ଛାଡିବା ପାଇଁ  ଛଅ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ହାବୁଡରେ ପଡିଛନ୍ତି ବାବୁ  ।

ବର୍ତ୍ତମାନ ବୁଡୁ ଭୋଇଙ୍କ ସୁବର୍ଣ୍ଣପୁର ପଟାଭାଡ଼ି ସ୍ଥିତ ଘର ସହିତ ବୀରମହାରାଜପୁର ଥାନାରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍। ଏହା ସହିତ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଏବେ ଅଧିକ ଯାଞ୍ଚ ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ବି ଆରମ୍ଭ କରି ଦେଇଛି । ଭିଜିଲାନ୍ସର ତଥ୍ୟ ଅନୁସାରେ ବୀରମହାରାଜପୁର ଥାନା ଅତିରିକ୍ତ ପୋଲିସ ସବ୍ ଇନ୍ସପେକ୍ଟର ବୁଦୁ ଭୋଇ ଏକ ଗାଡି ଧକ୍କା ମାମଲାରେ ଅଭିଯୋଗକାରୀଙ୍କୁ ତାଙ୍କ ଦୁଇ ଚକିଆ ଗାଡି ମୁକୁଳାଇବା ପାଇଁ ଦୀର୍ଘ ଏକ ମାସ ହେବ ଥାନାକୁ ଦଉଡାଇ ଚାଲିଥିଲେ । ଏହା ସହ ମାତ୍ରାଧିକ ଟଙ୍କା ଦାବି କରିଥିଲେ ।

ଅଭିଯୋଗକାରୀ ଏତେ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରିବାରୁ, ତାଙ୍କୁ ଥାନାକୁ ଡକାଇ ମାନସିକ ନିର୍ଯ୍ୟାତନା ବି ଦେଉଥିଲେ । ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସରେ ଜଣାଇଥିଲେ । ଏହା ପରେ ଭିଜିଲାନ୍ସର ଯୋଜନା ଅନୁସାରେ ପୀଡିତ ଜଣକ ୬ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଏବଂ ଭିଜିଲାନ୍ସ ଶ୍ରୀଭୋଇଙ୍କୁ ଟଙ୍କା ଗ୍ରହଣ କରିବା ଅବସ୍ଥାରେ ଧରିବା ପାଇଁ ଯୋଜନା କରିଥିଲା । ଆଜି ଦିନ ୧୨ଟା ସମୟରେ ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଏଏସଆଇ ବୁଦୁ ଭୋଇ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିବାରେ ସକ୍ଷମ ହୋଇଛି ।