କୋରାପୁଟ-: ଭିଜିଲାନ୍ସ ଜାଲରେ ଫଶିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ମନରେଗା ଅର୍ଥ ରିଲିଜ୍ ପାଇଁ ସରକାରୀ କ୍ଵାର୍ଟର୍ସରେ ଲାଞ୍ଚ ନେଉଥିଲେ ସୁଚିସ୍ମିତା । ଏହି ସମୟରେ ପୂର୍ବ ଯୋଜନା ମୁତାବକ ଚଢାଉ କରି ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିବାସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜଣେ ଗ୍ରାମ ସାଥୀଙ୍କଠାରୁ ଏହି ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଗିରଫ ହୋଇଛନ୍ତି । ଏବେ ସହକାରୀ ଯନ୍ତ୍ରୀଙ୍କ ସେମିଲିଗୁଡା ବାସଭବନ, ଲମତାପୁଟ ସରକାରୀ କ୍ୱାଟର୍ସ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଚାଲିଛି ।