ଏସଡିଏ କାର୍ଯ୍ୟଳୟର ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

0

ସମ୍ବଲପୁର : ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟଳୟର ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଉଭୟ ବନ୍ଦିତା ମହାପାତ୍ର ଓ ଜୁନିଅର କ୍ଲର୍କ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଗିଜିଲାନ୍ସ ରେଡ କରିଛି । ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ ୬ ଟି ସ୍ଥାନରେ ରେଡ କରାଯାଇଥିବା ବେଳେ କନିଷ୍ଠ କିରାଣି ଲକ୍ଷ୍ମୀ ନରାୟଣ ସାମଲଙ୍କ ଘରେ ଚଢାଉ ହୋଇଛି । ଲକ୍ଷ୍ମୀ ନାରାୟଣଙ୍କ କାର୍ୟ୍ୟାଳୟ ସହ କ୍ବାର୍ଟର ଓ ବାସଭବନରେ ଚଢ଼ାଉ ହୋଇଛି । ଚଢାଉରେ ୬ ଡିଏସପି, ୯ ଇନ୍ସପେକ୍ଟର ଓ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ସେପ୍ଟେମ୍ବରରେ ଉଭୟଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ। ବିଲ୍ଡିଂ ପ୍ଲାନ୍ ପାଇଁ ଫେକ୍ ଆପ୍ରୁଭାଲ୍ ଚିଠି ଇସ୍ୟୁ କରି ଗିରଫ ହୋଇଥିଲେ ଉଭୟ।