କଟକ: ଭିଜିଲାନ୍ସ ଜାଲରେ OMVD ଟ୍ରାଫିକ ଇନ୍ସପେକ୍ଟର । ଜବତ ହେଲା ୨୪ ଲକ୍ଷ ଟଙ୍କା । ବେଆଇନ ଟଙ୍କା ନେଇ ଯାଉଥିବା ବେଳେ ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କୁ ଧରିଲା ଭିଜିଲାନ୍ସ । ଫୁଲନଖରା ତ୍ରିନାଥ ବଜାର ନିକଟରୁ ଧରିଛି । ତାଳଚେରାରୁ ଅସ୍ତରଙ୍ଗ ଆସୁଥିା ବେଳେ ଜିତେନ୍ଦ୍ରଙ୍କୁ ଅଟକାଇଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ ଗାଡିରୁ ମିଳିଥିଲା ୧୧ ଲକ୍ଷ ୧୫ ହଜାର ଟଙ୍କା । ତାଳଚେର ଭଡା ଘରୁ ମିଳିଲା ୩ ଲକ୍ଷ ୮ ହଜାର ଟଙ୍କା ।ଯାଞ୍ଚ ବେଳେ ଅସ୍ତରଙ୍ଗ ଘରୁ ମିଳିଛି ୧୦ ଲକ୍ଷ ଟଙ୍କା । ସେପଟେ ଜିତେନ୍ଦ୍ରଙ୍କ ଭାଇ କୃଷ୍ଣଚନ୍ଦ୍ରଙ୍କ ଘରେ ଛାନଭିନ ଚଳାଇଛି ଭିଜିଲାନ୍ସ ।