ଜଗତସିଂହପୁର : ଲାଞ୍ଚ ନେଲା ବେଳେ ଆରଆଇ ବାବୁଙ୍କୁ ଧରିଲା ଭିଜିଲାନ୍ସ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଅନ୍ତରଗତ ବାହାରଣାର ରାଜସ୍ୱ ନିରୀକ୍ଷକ ରମାକାନ୍ତ ବେହେରାଙ୍କୁ ଧରିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ, ଜମି ପାର୍ଟିସନ ସୁଟ୍ ତଦନ୍ତ ରିପୋର୍ଟ ଦେବା ପାଇଁ ନିକୁଞ୍ଜ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆରଆଇ ରମାକାନ୍ତ ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଟିମ୍ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି ଓ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । କଟକ ଓ ଜଗତସିଂହପୁର ଭିଜିଲାନ୍ସ ଟିମ ତରଫରୁ ଆରଆଇ ରମାକାନ୍ତ ବେହେରାଙ୍କ ବାହାରଣା ଅଫିସ, କଣ୍ଟିଲୋ ସ୍ଥିତ ପୈତୃକ ବାସଭବନ ଓ କିଶନ ନଗର ସ୍ଥିତ ଭଡ଼ା ଘରେ ମିଳିତ ଚଢ଼ାଉ କରାଯାଇଥିବା ଜଗତସିଂହପୁର ଭିଜିଲାନ୍ସ ଇନ୍ସପେକ୍ଟର ଅନୁପମା ସାହୁ ସୂଚନା ଦେଇଛନ୍ତି।