CHSE ଭୁବନେଶ୍ୱରର ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠିଙ୍କ ଘରେ ଭିଜିଲାନ୍ସ ରେଡ

0

ଭୁବନେଶ୍ୱର : CHSE ଭୁବନେଶ୍ୱରର ରେକର୍ଡ ସପ୍ଲାଏର ପୁରେନ୍ଦ୍ର କୁମାର ସେଠିଙ୍କ ଘରେ ଭିଜିଲାନ୍ସ ରେଡ | ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ | ଏକ କାଳୀନ 3ଟି ସ୍ଥାନରେ ରେଡ ଚାଲିଛି |ଭୁବନେଶ୍ବରରେ ୨ଟି ଓ ଜଗତସିଂହପୁରର କେଉପଡ଼ା ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ତାଙ୍କର ରାଜଧାନୀର କାନବିହାର ଚାରିମହଲା ଘରେ ଓ ଅଫିସରେ ଭିଜିଲନ୍ସ ଟିମ୍ ଚଢ଼ଉ କରୁଛି। ତେବେ ଏନେଇଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ଚାକିରୀ ଆଉ ୪ ଦିନ ଥିଲା ହେଲେ ଭିଜିଲାନ୍ସ ଜାଲରେ ପଡିଗଲେ ସରକାରୀ ବାବୁ। ସିଏଚଏସଇ ଭୁବନେଶ୍ୱରର ରେକର୍ଡ ସପ୍ଲାୟର ପୁରେନ୍ଦ୍ର କୁମାର ସେଠିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି। ମିଳିଥିବା ସୂଚନା ଅନୁସାରେ ସାର୍ଟିଫିକେଟ ହେରଫେର କରିବା, ମାର୍କ ବଢ଼ାଇବା ଭଳି କାମରେ ଟଙ୍କା ରୋଜଗାର କରୁଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ଥିଲା। ଘରୁ ବହୁ ଜରୁରୀ କାଗଜପତ୍ର ଜବତ କରିଛି ଭିଜିଲାନ୍ସ।