ମାଲକାନଗିରି: ବାବୁଙ୍କ ଘରେ ପୁଳା ପୁଳା ଟଙ୍କା । କୋଟିଏରୁ ଅଧିକ ଟଙ୍କା ଜବତ । ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ।
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଜୟପୁର ସ୍ଥିତ ପ୍ରକଳ୍ପ ଅଧିକାରୀଙ୍କ ଘରେ ଚଢ଼ାଉ ବେଳେ ନଗଦ ଏକ କୋଟି ଟଙ୍କା ଉଦ୍ଧାର ହୋଇଥିବା ଜଣାପଡ଼ିଛି।
ଏଣେ ମାଲକାନଗିରି ସ୍ଥିତ ଜଳ ବିଭାଜିକା ପ୍ରକଳ୍ପର ଅନ୍ୟ କର୍ମଚାରୀ ମୋହନ ମଣ୍ଡଳ, ବିସନ ମଣ୍ଡଳ ଏବଂ ଅମୀୟ ସାହୁଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ରହିଛି।