ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ

0

ନୀଳଗିରି: ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସର ୧୨ ଜଣିଆ ଟିମ ଚଢ଼ଉ କରିଛି। ନୀଳଗିରି ବାଲିଗୋହିରୀ ଠାରେ ଶ୍ରୀ ଜେନା ରହୁଥିବା ଭଡ଼ାଘର ସମେତ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ସୂଚନା ମିଳିଛି। OMBAD-C ପାଣ୍ଠି ହଡ଼ପ ଅଭିଯୋଗରେ ପରୀକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡ଼ା ଘର,ମୟୂରଭଞ୍ଜର ଥିବା ପୈତୃକ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ସିମୁଳିଆରେ ପରୀକ୍ଷିତ ବିଡିଓ ଥିବା ବେଳେ OMBADC ପାଣ୍ଠିରୁ କୋଟିଏ ୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି। ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସୁଳିଆପଦା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। କୌଣସି କାମ ନହୋଇ OMBADC ପାଣ୍ଠି ହଡ଼ପ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି। ଏହି ଘଟଣାରେ ଭିଜିଲାନ୍ସ ଟିମ୍ ମୟୂରଭଞ୍ଜର ଥିବା ପୈତୃକ ଘରେ ରେଡ୍ କରିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି।

ଭିଜିଲାନ୍ସ ଏସପି ନରହରି ନାୟକଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଶ୍ରୀ ଜେନାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି। ସେହି ମାମଲା ଆଧାରରେ ଆଜି ଏହି ଚଢ଼ଉ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ନାଁରେ ଥିବା ବିଭିନ୍ନ କାଗଜପତ୍ର ସମେତ ବୀମା, ବ୍ୟାଙ୍କ୍ ବାଲାନ୍ସ ଓ ଅନ୍ୟାନ୍ୟ ସଂପତ୍ତିର ଯାଞ୍ଚ କରାଯାଉଛି। ଏହା ପୂର୍ବରୁ ସେ ମୟୂରଭଞ୍ଜର ବାରିପଦା ସଦରରେ ବିଡିଓ ଥିଲେ।