ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଟଣୀ ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀଙ୍କ ଅଫିସ ସହ ଘରେ ଭିଜିଲାନ୍ସର ଚଢ଼ାଉ

0

ଜଟଣୀ (ପ୍ରଶାନ୍ତ କୁମାର ସାହୁ) : ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଟଣୀ ମ୍ୟୁନିସପାଲିଟି ନିର୍ବାହୀ ଅଧିକାରୀଙ୍କ ଅଫିସ ସହିତ ଭୁବନେଶ୍ୱର ଓ ବ୍ରହ୍ମପୁର ଘରେ ଭିଜିଲାନ୍ସର ଚଢ଼ାଉ । ଦୁର୍ନୀତି ଖୋର ଅଫିସରଙ୍କ ଉପରେ କଡ଼ା ନଜର ରଖିଛି ଭିଜିଲାନ୍ସ ଟିମ୍ । ଅନେକ୍ ଦୁର୍ନୀତି ଖୋର ଅଫିସରଙ୍କ ଉପରେ ଭିଜିଲାନ୍ସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା  ଅନେକ ସମୟରେ ଦେଖିବାକୁ ମିଳିଛି ।

ଆଜି ସକାଳୁ  ଭିଜିଲାନ୍ସର ୨ଟି  ଟିମ୍ ଜଟଣୀ ପୌରପରିଷଦ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।  ଆଗରୁ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଙ୍କ ନାମରେ ଅନେକ ଅଭିଯୋଗ ମଧ୍ଯ ରହିଥିଲା । ଏହାକୁ ଭିତ୍ତି କରି ପାଖାପାଖି ତିନି ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଅପେକ୍ଷା କରି ରହିଛନ୍ତି ଭିଜିଲାନ୍ସ ଟିମ୍ । ୨ ଜଣ ଡିଏସ୍ ପି ଙ୍କ ନେତୃତ୍ଵରେ ପହଞ୍ଚନ୍ତି ଭିଜିଲାନ୍ସ ଟିମ୍ । ଭୁବନେଶ୍ବର, ବ୍ରହ୍ମପୁର ସମେତ ପ୍ରାୟ ୧୦ ଟି ସ୍ଥାନରେ ଚଢାଉ ହୋଇଥିବା ଯାହା ସୂଚନା ମିଳୁଛି । କାର୍ଯ୍ୟଳୟ ଖୋଲା ହୋଇ ନଥିବାରୁ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ବାହାରେ ଅପେକ୍ଷା କରିଛନ୍ତି ଅଧିକାରୀ ଗଣ। କେହିବି କର୍ମଚାରୀ ପହଂଚି ନାହାନ୍ତି ।