ବରିଷ୍ଠ କିରାଣୀ ଘରେ ଭିଜିଲାନ୍ସ ରେଡ

0

ପୁରୀ: ପୁରୀରେ ଭିଜିଲାନ୍ସ ରେଡ । ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ୟ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି । କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଏବଂ ଭୁବନେଶ୍ୱରର ନୂଆ ଗାଁରେ ଥିବା ୩ମହଲା କୋଠାରେ ରେଡ୍ କରାଯାଇଛି ।
ପୁରୀ ପୋଲିସ୍ ଏବଂ ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ଛଅଟି ଟିମ ସକାଳୁ ଚଢାଉ ଜାରି ରଖିଛନ୍ତି । ଛଅଟି ଟିମ ମଧ୍ୟରେ ଦୁଇ ଡିଏସପି, ଦଶ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଫିସର ମାନେ ଏହି ଭିଜିଲାନ୍ସ ଟିମ୍ ରେ ସାମିଲ ଥିଲେ । ଛତୁଆ ଦୁର୍ନୀତି ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା । କେବଳ ଛତୁଆ ଦୁର୍ନୀତି ନୁହେଁ ତା ସହ ଶିଶୁ ବିକାଶ କାର୍ୟ୍ୟରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତିଠୁଳ ଅଭିଯୋଗ ହୋଇଥିଲା । ଗତ କିଛି ଦିନ ମଧ୍ୟରେ ଭିଜିଲାନସର ଚଢାଉ କରି ରାଜ୍ୟର ଅନେକ ଦୁର୍ନିତୀ ଓ ଆୟବହିର୍ଭୁତ ସମ୍ପତି ଠୁଳ ମାମଲା ଅଭିଯୋଗ ଥିବା ବରିଷ୍ଠ ଅଧିକାରି ମାନଙ୍କୁ ଗିରଫ କରିଛି ।