ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଓଡିଶା ଷ୍ଟାଫ ସିଲେକସନ ସେକ୍ରେଟେରି ବିରଞ୍ଚି ନାରାୟଣ ସାହୁଙ୍କ ଏକାଧିକ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱରର ଏକ ସମୟରେ ୬ଟି ସ୍ଥାନରେ ଏହି ଭିଜିଲାନ୍ସ ଟିମ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ୩ଟି ଟିମ ମଧ୍ୟରେ ୪ ଡିଏସପି, ୧୩ ଇନିସପେକ୍ଟର ଓ ଅନ୍ୟ ପୋଲିସ ଅଧିକାରୀ ଏଥିରେ ସାମିଲ ଥିଲେ । ଆୟ ବହିର୍ଭିୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଥିଲା । ୨ଟି ଦୁଇ ମହଲା କୋଠା, ୯ଟି ପ୍ଲଟ ସହିତ ବିରଞ୍ଚି ନାରାୟଣଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ କରାଯାଇଅଛି ।