ଭୁବନେଶ୍ୱର: ଆଜି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ସୁନ୍ଦରଗଡ ଆଣୁଛି ଭିଜିଲାନ୍ସ । ସଂଧ୍ୟା ସୁଦ୍ଧା ଜବତ ସମ୍ପତିର ଆକଳନ କରି ଭିଜିଲାନ୍ସ କୋର୍ଟରେ ହାଜର କରିବ ଭିଜିଲାନ୍ସ । ଏବେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଏ ନେଇ ଭିଜିଲାନ୍ସ ସେଲ୍ ଏସପି ଏମ୍. ରାଧାକ୍ରିଷ୍ଣନଙ୍କ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ , ପ୍ରଶାନ୍ତ ରାଉତଙ୍କଠାରୁ ୫କୋଟିରୁ ଅଧିକ ସଂପତ୍ତି ଠାବ ହୋଇଛି । ୩କୋଟିରୁ ଅଧିକ ଟଙ୍କା, ଭୁବନେଶ୍ୱରରେ ଘରେ ଠାବ ହୋଇଥିବା ବେଳେ ୫ଟି ଫ୍ଲାଟ, ୨ଟି ଦାମୀ କାର୍ ମଧ୍ୟ ଠାବ କରାଯାଇଛି । ସେହିପରି ନବରଙ୍ଗପୁର ଡିଆରଡିଏ କଲୋନୀରେ ଥିବା ସରକାରୀ ବାସଭବନରୁ ଜବତ ହୋଇଥିଲା ନଗଦ ୭୭ ଲକ୍ଷ ଟଙ୍କା। ତାଲା ଭାଙ୍ଗି ଭିଜିଲାନ୍ସ ଅଧିକାରୀ ଘରେ ପଶିବା ପରେ ପେଟିରୁ ୫ ଶହ ଟଙ୍କିଆ ନୋଟ୍ ବିଡ଼ା ମିଳିଛି। ପରେ ଘର ଆଲ୍ମିରାରୁ ଜବତ ହୋଇଛି ଆଉ ସାଢେ ୧୨ଲକ୍ଷ ଟଙ୍କା। ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘରେ ଏବେ ବି ଚାଲିଛି ଖୋଳତାଡ଼। ପ୍ରଶାନ୍ତ ରାଉତଙ୍କ ଏକାଧିକ ବେନାମୀ ଆକାଉଣ୍ଟ ମଧ୍ୟ ମିଳିଛି । କାଲି ପ୍ରଶାନ୍ତଙ୍କ ଘରୁ ନଗଦ ୩ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମିଳିଥିଲା ।
ସେ ଜଣେ ୧୯୯୬ ମସିହାର OAS ଅଧିକାରୀ ପ୍ରସନ୍ନ କୁମାର ରାଉତ । ଯାଜପୁର, କେନ୍ଦ୍ରାପଡ଼ାର ତହସିଲଦାର ଭାବରେ କାର୍ଯ୍ୟ କରିଥିଲେ । ବାଲେଶ୍ୱର, ବରଗଡ, ଯାଜ୍ପୁର, କଟକ ଓ କେନ୍ଦ୍ରାପଡାର ବିଡିଓ ଥିଲେ । ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବ୍ଲକ୍ ବିଡ଼ିଓ ଥିବା ବଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ । ଏହାପରେ ଚାକିରିରୁ ନିଲମ୍ବିତ ମଧ୍ୟ ହୋଇଥିଲେ । ପୁଣି ଥରେ ତାଙ୍କୁ ୨୦୨୦ରେ ଅତିରିକ୍ତ ଉପ ଜିଲ୍ଲପାଳ ଭାବେ ନବରଙ୍ଗପୁରରେ ଅବସ୍ଥାପିତ କରାଯାଇଥିଲା ।