ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ସାରିବାକୁ ନିର୍ଦ୍ଦେଶ ଥିବା ବେଳେ ଏହାକୁ ଲକ୍ଷ୍ୟ ରଖି କଂଗ୍ରେସ, ବିଜେପି, ଆପ୍ ଏବଂ ଅନ୍ୟାନ୍ୟ ଦଳ ଶେଷ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିଜେପିର ଟାଣୁଆ ନେତାମାନେ କ୍ୟାମ୍ପେନ୍ କରିଛନ୍ତି । ମୋଦୀ- ଶାହା- ପ୍ରଚାର କରିବାର ନଜର ଆସିଛନ୍ତି । ତେବେ ମୋଦୀ ଏକ ଜନସଭାରେ ଯୋଗଦେଇ ଆମ୍ ଆଦମୀ ପାର୍ଟିକୁ ନିଶାନା କରିଛନ୍ତି ଏବଂ ଆପର ରାବିଡିମରା ଯୋଜନାକୁ ସମାଲୋଚନା କରିଛନ୍ତି । ଆପକୁ ଦେଇଥିବା ୧୧ ବର୍ଷ ବର୍ବାଦର ବର୍ଷ ବୋଲି କହିଛନ୍ତି ମୋଦୀ ଆଉ ବିଜେପିକୁ ଏଥର ସେବା କରିବାର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି । ସେପଟେ କେଜ୍ରିୱାଲ୍ ଦିଲ୍ଲୀ ପୋଲିସକୁ ଟାର୍ଗେଟ୍ କରିଛନ୍ତି ତାସହ ଇସିଙ୍କୁ ମଧ୍ୟ ନିଶାନା ଲଗାଇଛନ୍ତି ।