ଆହତ ସମ୍ପର୍କୀୟଙ୍କୁ ଭେଟିଲେ ବିକ୍ରମ ଆରୁଖ ଓ ଲତିକା ପ୍ରଧାନ

0

 

ଭୁବନେଶ୍ୱର: ଦିଗପହଣ୍ଡି ବସ୍ ଦୁର୍ଘଟଣାକେ ମିଳିଲା ମୃତକଙ୍କ ପରିଚୟ । ମୃତକଙ୍କ ମଧ୍ୟରେ ଅଛନ୍ତି ୬ପୁରୁଷ, ୪ ମହିଳା ଏବଂ ୨ ଛୋଟ ପିଲା । ସେହିପରି ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତରଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଶିବାନୀ ପ୍ରଧାନ, ରୁପାଲି ପ୍ରଧାନ, ସୁଜ୍ଞାନୀ କୁମାର ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସଞ୍ଜୟ ମେଦିନ ରୟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷକର ଶିଶୁ ହାର୍ଦ୍ଦିକ ଓ ୩ ବର୍ଷର ଶିଶୁ ଦିବ୍ୟାଂଶୁ ପ୍ରଧାନଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକମାନେ ମନ୍ତ୍ରୀ ବିକ୍ରମ ଆରୁଖ ଓ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ ଏବଂ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି। ବିଧାୟିକା ଲତିକା ଏହି ଦୁର୍ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ମୋ ଝିଆରି ବାହାଘରକୁ ସମସ୍ତେ ଯାଇଥିଲେ । ଯେଉଁ ଛୋଟ ପିଲାର ମୃତ୍ୟୁ ହୋଇଛି ସେ ମୋ ଆଉ ଏକ ଝିଆରି । ୩ଜଣ ଝିଆରି ଥିଲେ ବସରେ । ଫେରିବା ରାସ୍ତାରେ ଦୁର୍ଘଟଣାରେ ଆମର ୧୧ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି । ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି କହିଛନ୍ତି । ଏହାରି ଭିତରେ ନିଜ ସମ୍ପର୍କୀୟଙ୍କୁ ମେଡିକାଲ ରେ ଭେଟିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ବିଧାୟିକା ଲତିକା ପ୍ରଧାନ ।