ବିକ୍ରମ କେଶରୀ ଆରୁଖ ଓଡି଼ଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ

0

ଭୁବନେଶ୍ୱର: ବରିଷ୍ଠ ବିଜେଡି ବିଧାୟକ ବିକ୍ରମ କେଶରୀ ଆରୁଖ ଓଡି଼ଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ବାଚନିକ ଭୋଟ ପରେ ଶ୍ରୀ ଆରଖଙ୍କ ନାମ ଉପବାଚସ୍ପତି ରଜନୀକାନ୍ତ ସିଂ ଘୋଷଣା କରିଥିଲେ । ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମ କେଶରୀ ଆରୁଖଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମର୍ଥନ କରିଥିଲେ । ପରେ ଶ୍ରୀ ଆରୁଖ ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଆରୁଖଙ୍କୁ ଅଭିନନ୍ଦନ ଜଣାଇବା ସହ ଗୃହର ଗାରିମା ରକ୍ଷାକରିବାକୁ କହିଥିଲେ । ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନଚରଣ ମାଝୀ ଶୁଭେଚ୍ଛା ଜଣାଇବା ସହ ଗୃହରେ ନିରେପେକ୍ଷତା ବଜାୟ ରଖିବାକୁ କହିଥିଲେ । ସେହପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୁଭେଚ୍ଛା ଜଣାଇବା ସହ ନିରପେକ୍ଷ ରହିବା ବିରୋଧୀ ଦଳର ବିଶ୍ୱାସ ଭାଜନ ହେବାକୁ କହିଥିଲୋ । ସିପିଏମ୍ ବିଧାୟ ଲକ୍ଷ୍ମଣ ମୁଣ୍ଡା ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇଥିଲେ । ପରେ ଶ୍ରୀ ଆରୁଖ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳର ସଦସ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା, ସିପିଏମ୍ ବିଧାୟକଙ୍କୁ ଗୃହ ପରିଚାଳନା ଲାଗି ବାଚସ୍ପତି ଭାବେ ନିର୍ବାଚିତ କରିଥିବାରୁ ଆନ୍ତରିକ ଧନ୍ୟବାଦ ଦେଇଥିଲେ । ଗୃହର ପଦମର୍ଯ୍ୟାଦା ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ । ଗୃହର ପଦମର୍ଯ୍ୟାଦା ରକ୍ଷା କରିବା ଦିଗରେ ସମସ୍ତେ ଆନ୍ତରିକ ସହଯୋଗ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ । ଶ୍ରୀ ଆରୁଖ ଭଞ୍ଜନଗରରୁ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ଗ୍ରାମ୍ୟ ଉନ୍ନୟନ, ଆଇନ, ଜଙ୍ଗଲ ଓ ପରିବେଶ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ କରିଛନ୍ତି ।