(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଂଜାମ ଜିଲ୍ଲା ଆସିକାର ଭେଟନଇ ଗାଁ ଏବେ ସାରା ରାଜ୍ୟରେ ବେଶ ସୁନାମ ଅର୍ଜନ କରିଛି । କାରଣ ଏହି ଗାଁ ନିକଟରେ ଥିବା କଙ୍କଣଦେବୀ ପାହାଡର ପାଦ ଦେଶରେ ଶହ ଶହ ସଂଖ୍ୟାରେ ଦେଖାଯାଆନ୍ତି ବିରଳ କୃଷ୍ଣସାର ମୃଗ । ଯାହାକୁ ଦେଖିବା ପାଇଁ ପର୍ୟ୍ୟଟକଙ୍କ ଭିଡ ଛୁଟିଥାଏ । ଅତି ନିକଟରୁ କୃଷ୍ନସାର ମୃଗଙ୍କୁ ଦେଖି ବେଶ ମଜା ଉଠାଇ ଥାନ୍ତି ଲୋକେ । ଏ ହେଉଛି ସେହି ଭେଟନଇ ଗ୍ରାମ । ଗାଁ ନିକଟରେ ରହିଛି କଙ୍କଣଦେବି ପର୍ବତର । ପର୍ବତର ପାଦଦେଶରେ ଶହଶହ ସଂଖ୍ୟାରେ ବର୍ଷ ବର୍ଷ ଧରି ବିରଳ କୃଷ୍ନସାର ମୃଗ ନିର୍ଭୟରେ ବିଚରଣ କରନ୍ତି । ଏମାନଙ୍କୁି ସକାଳରୁ ସଂଧ୍ୟା ଯାଏ ଏଠାରେ ଦେଖିବାକୁ ମିଳିଥାଏ ।