ଭୁଲ ଇଞ୍ଜେକ୍ସନ ନେଇ ଗ୍ରାମରକ୍ଷୀଙ୍କ ମୃତ୍ୟୁ

0

ବାଣପୁର/ ଚାଣକ୍ୟ ମିଶ୍ର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣପୁର ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।
କୋଳଥଡିହ ଗ୍ରାମର ପାଣ୍ଡଵ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ୟ୍ୟରତ ଥିଲେ। ଆଜି ସକାଳେ ସେ ତାଙ୍କ ସ୍ତ୍ରୀଙ୍କ ସହ ନିଜ ସାଇକେଲ ଯୋଗେ ବାଣପୁର ଡାକ୍ତରଖାନାକୁ ଆଘାତ ହୋଇଥିବା ହାତ ପାପୁଲିର ଚିକିତ୍ସା ନିମନ୍ତେ ଆସିଥିଲେ। ଡାକ୍ତରଖାନାରେ ପହଁଚିବା ପରେ ସେ ଡାକ୍ତର ସୁନନ୍ଦନ ମହାନ୍ତିଙ୍କ ପାଖରେ ପହଁଚି ଚିକିତ୍ସା କରିଥିଲେ। ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ନେବା ପାଇଁ ପରାମର୍ଶ ଦେଇଥିଲେ। ସେହି ଆଧାରରେ ଷ୍ଟାଫ୍ ନର୍ସ ଇଞ୍ଜେକେସନ ଦେବା ପରେ ଏକ ମିନିଟ ମଧ୍ୟରେ ତାଙ୍କ ପାଟିରୁ ଫେଣ ବାହାରିବାରୁ ଡାକ୍ତରଙ୍କୁ ଡାକିଥିଲେ କିନ୍ତୁ ଡାକ୍ତର ପୁଣି ଥରେ ଚିକିତ୍ସା କରିବା ପରେ ତାଙ୍କୁ ମୃତ୍ୟୁ ହୋଇଯାଇଛି ବୋଲି ଘୋଷଣା କରିଥିଲେ। ତେବେ ପାଣ୍ଡଵଙ୍କ ସ୍ତ୍ରୀଙ୍କ କହିବା ମୁତାବକ ଭୁଲ୍ ଇଞ୍ଜେକେସନ ଯୋଗୁଁ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଥିବା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ପାଣ୍ଡଵଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାଓଟିକ ଇଞ୍ଜେକ୍ସନ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।