ଉଦଳା: ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା-ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ । ଖୁଂଟା ବ୍ଲକ ବିରୁଡି ଗ୍ରାମର ଅନେକ ହିତାଧିକାରୀ ଆଜି ପର୍ୟ୍ୟନ୍ତ ସରକାରୀ ଯୋଜନାରେ ଘର ପାଇପାରିନାହାନ୍ତି । ଗ୍ରାମରେ ଦୀର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଏବଂ ହିତାଧିକାରୀଙ୍କ ନାମରେ ବର୍ଦ୍ଧିତ ବିଜୁଳି ବିଲ୍ ଆସୁଥିବାରୁ ଏ ନେଇ ପୂର୍ବରୁ ଗ୍ରାମବାସୀମାନେ ବ୍ଲକ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଛନ୍ତି । ହେଲେ କୌଣସି ସୁଫଳ ନ ମିଳିବାରୁ ଗ୍ରାମବାସୀମାନେ ଆଜି ଉଦଳା-ବାରିପଦା ରାଜ୍ୟ ରାଜପଥର ନାଲୁହା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଉଦଳା-ବାରିପଦା ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ।