ବରଗଡ/ ଚିତ୍ତରଞ୍ଜନ ସାହୁ : ବରଗଡ ଜିଲ୍ଲା କନ୍ଦାଗାଡ ଗାଁରୁ ଦୀର୍ଘବର୍ଷ ଧରି ବୁରୋମୁଣ୍ଡାକୁ ବୁରୋମୁଣ୍ଡାକୁ ରାସ୍ତା ରହିଥିଲା । କିନ୍ତୁ ଦୀର୍ଘ ୧୨ ବର୍ଷ ହେବ କନ୍ଦାଗାଡ ଗ୍ରାମର କଂଗ୍ରେସ ସାହୁ ନାମକ ବ୍ୟକ୍ତି ଉକ୍ତ ରାସ୍ତାରେ ଟାୱାର ଖୁଣ୍ଟ ବସାଇଛି । ଫଳରେ ଏହି ରାସ୍ତା ଦେଇ ଲୋକେ ଯିବା ଆସିବା ବନ୍ଦ ହୋଇଯାଇଛି । ଏ ସଂପର୍କରେ ଆଗରୁ ତହସିଲଦାର, ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ସମସ୍ୟାକୁ ଦେଖିବା ପାଇଁ ନୂତନ ତହସିଲଦାରଙ୍କ ଅନୁମତିରେ ରାଜସ୍ୱ ବିଭାଗର ୨ କର୍ମଚାରୀ ଗାଁକୁ ଆସିଥିଲେ । କସିନ୍ତୁ ଏହି ୨କର୍ମଚାରୀ କୌଣସି ସମାଧାନ କରିପାରିନଥିଲେ । ଫଳରେ ଏହି ୨କର୍ମଚାରୀଙ୍କ କନ୍ଦାଗାଡ ଗ୍ରାମବାସୀ ଉଭୟଙ୍କୁ ଅଟକ ରଖିଛନ୍ତି ।