ଭିଲାଇ ଷ୍ଟିଲପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ, ୬ ମୃତ ୧୪ ଆହତ

0

( ସଂଜୁକ୍ତା): ଛତିଶଗଡର ଭିଲାଇ ଷ୍ଟିଲପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ ଘଟି ୬ ମୃତ ୧୪ ଜଣ ଆହତ… ଇସ୍ପାତ ପ୍ଲାଂଟରେ ଆଜି ସକାଳେ ଏକ ପାଇପଲାଇନରେ ଭୟାବହ ବିସ୍ଫୋରଣ ଘଟି ୬ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହା ସହ ଅନ୍ୟ ୧୪ଜଣ ଆହତ ହୋଇଛନ୍ତି । ଏନେଇ ଜିଲ୍ଲା ଏସପି ଜିପି ସିଂ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କାରଖାନାର କୋକ ଓଭନରେ ୨୫ରୁ ଅଧିକ କର୍ମଚାରୀ କାମ କରୁଥିଲେ । ସେହି ସମୟରେ ସକାଳ ୧୧ଟାରେ ହଠାତ ପାଇପଲାଇନରେ ବିସ୍ଫୋରଣ ହୋଇଥିଲା । ଫଳରେ ଅନେକ କର୍ମଚାରୀ ଆହତ ହୋଇଥିଲେ । ବର୍ତମାନ ଏହି ଘଟଣାରେ ୬ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ତୁରନ୍ତ ପହଁଚି ଯାଇଥିଲେ । ଆହତମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସିତ କରାଯାଇଥିଲା । ୧୪ ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷେ ଭିଲାଇ ଇସ୍ପାତ ପ୍ଲାଂଟର ଅଧିକାରୀ କୋକରେ କାମ କରୁଥିବା ସମୟରେ ବିସ୍ଫୋରଣ ହୋଇଥିବା କହିଛନ୍ତି । ବର୍ତମାନ ସେଠାକାର ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସେ ଗଣମାଧ୍ୟମକୁ ଜଣାଇଛନ୍ତି ।