ସୋନପୁର/ଓମପ୍ରକାଶ ମିଶ୍ର: ମାନବିକତା ଦେଖାଇଲେ ଭୀମ ରାଓ କ୍ଳବର କର୍ମକର୍ତ୍ତା ଆଜିକାର ବ୍ୟସ୍ତ ବହୁଳ ଜୀବନରେ ସ୍ୱାର୍ଥ ପର ମଣିଷ ଭାଇଚାରା ସହଯୋଗ ତଥା ମାନବୀୟ ମୂଲ୍ୟ ବୋଧ ହରାଇ ବସିଥିବା ସମୟରେ ଭୀମରାଓ କ୍ଳବର କର୍ମକର୍ତ୍ତା ପୁଣିଥରେ ମାନବିକତାର ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରି ପାରିଛନ୍ତି।ସୂଚନା ଯୋଗ୍ୟ ଯେ ଆଜି ସୋନପୁର – ସରଧାପାଲି ମୁଖ୍ୟ ରାସ୍ତା ଓଆଡ ନମ୍ବର ୧ ଭୀମରାଓ ମେଡିକାଲ ଛକ ନିକଟରେ ଗୋଟିଏ ଅଜଣା ଗାଡ଼ି ଧକ୍କାରେ ଲହୁ ଲୁହାଣ ହୋଇ ପଡ଼ି ରହିଥିବା ବାଛୁରୀ କୁ ପ୍ରଥମେ ଭୀମରାଓ କ୍ଳବର ସଭାପତି ଶ୍ରୀରାମ ସୁନା ଓ ସଂପାଦକ ଜନ୍ମୋଜୟ ନାଗ ଙ୍କର ସହଯୋଗ କ୍ରମେ ଉପସ୍ଥିତ ସଭ୍ୟ ମାନଙ୍କର ଦ୍ୱାରା ପ୍ରାଥମିକ ଚିକିତ୍ସା କରିବା ସହ ଡାକ୍ତର ଙ୍କର ପରାମର୍ଶ ଅନୁଯାୟୀ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ କୁ ବାଛୁରୀ ନେଇ ଯାଇ ଉପଯୁକ୍ତ ଚିକିତ୍ସା କରାଇଥିଲେ।ପଶୁପକ୍ଷୀ ଙ୍କର ପ୍ରତି ମଣିଷର ବିରଳ ମନୋଭାବ ରହିବା ଆବଶ୍ୟକ ତାହା ଅନ୍ୟ ସହଯୋଗୀ ମାନେ ହେଲେ ଦୀପକ ସୁନା, ରବି ଚନ୍ଦ୍ର ବାଘ,ମଙ୍ଗୁଲୁ ମହାନନ୍ଦ,ଟୁନା ଛତରିଆ,ଏବଂ ରାକେଶ ନାଗ,ରିଲିଫ ନାଏକ ପ୍ରମୁଖ ମଣିଷ ସମାଜ କୁ ପ୍ରେରଣା ଯୋଗାଇଛନ୍ତି।