୨୨ ତମ ଉପରାଜ୍ୟପାଳ ଭାବେ କାର୍ଯ୍ୟ କରିବେ ବିନୟ କୁମର ସକ୍ସେନା

ବିନୟ କୁମର ସକ୍ସେନା ହେଲେ ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ।

0

(ଦିଲ୍ଲୀ) : ବିନୟ କୁମର ସକ୍ସେନା ହେଲେ ରାଜଧାନୀ ଦିଲ୍ଲୀର ଉପରାଜ୍ୟପାଳ। ଅନିଲ ବୈଜଲଙ୍କ ଇସ୍ତଫା ପରେ ବିନୟ କୁମର ଉପ ରାଜ୍ୟପାଳ ହେଇଛନ୍ତି । ସକ୍ସେନା ଦିଲ୍ଲୀର ୨୨ ତମ ଉପରାଜ୍ୟପାଳ ଭାବେ କାର୍ଯ୍ୟ କରିବେ।


ସୋମବାର ରାଷ୍ଟ୍ରପତି ଭବନ ଦ୍ଵାରା ଜାରି ନୋଟିସ୍ ଅନୁଯାୟୀ, ବିନୟ କୁମାର ସକ୍ସେନା ଦିଲ୍ଲୀର ଉପ ରାଜ୍ୟପାଳ ଭାବେ ପଦଭାର ଗ୍ରହଣ ଦିନ ହିଁ ଶପଥ ନେବେ।

ସୂଚନାନୁଯାୟୀ , ମେ ୧୮ରେ ଅଚାନକ ଅନିଲ ବୈଜଲ ବ୍ୟକ୍ତିଗତ କାରଣ ଦର୍ଶାଇ ଦିଲ୍ଲୀ ଉପ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କୁ ୨୦୧୬ ଡିସେମ୍ବରରେ ଦିଲ୍ଲୀର ଉପ ରାଜ୍ୟପାଳ ପଦରେ ନିଯୁକ୍ତ କରାଯାଇଥିଲା। ପ୍ରଶାସନିକ କାର୍ଯ୍ୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏବଂ ତାଙ୍କ ଭିତରେ ସର୍ବଦା ବାଦ ବିବାଦ ଲାଗି ରହିଥିଲା।