ଭୁବନେଶ୍ୱର: ଲୋକ ଓ ଯାନବାହନ ଯାତାୟତ ପାଇଁ ଉଦ୍ଦିଷ୍ଟ ରାସ୍ତା କଡ଼ରେ ବାଲି, ଗୋଡ଼ି, ଇଟା ରଖନ୍ତୁ ନାହିଁ । ଏଥିସହିତ ଘରର ସମସ୍ତ ବର୍ଜ୍ୟ ବସ୍ତୁ ରାସ୍ତା ଉପରେ ପକାନ୍ତୁ ନାହିଁ । କାରଣ ଏହା ବିପଦ ସୃଷ୍ଟି କରିବା ସମ୍ଭାବନା ରହିଛି । ଏହି ନିୟମ ଉଲ୍ଳଂଘନ କଲେ ଉଲ୍ଲଂଘନକାରୀଙ୍କୁ ଜୋରିମାନା ଦେବାକୁ ପଡିବ । ଏହି ନିୟମ ଉଲ୍ଲଂଘନ କଲେ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ବୋଲି ଭୁବନେଶ୍ୱର ମ୍ୟୁନିସିପାଲଟି(ବିଏମସି) ପକ୍ଷରୁ ସମସ୍ତ ୱାର୍ଡବାସୀ ଅନୁରୋଧ କରାଯାଇଛି । ତେଣୁ ସଚେତନ ରହି ସରକାରଙ୍କ ନିୟମ ପ୍ରତିପାଳନ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି ।