ହିମେଶଙ୍କ ଜରିଆରେ ବଲିଓଡରେ ପାଦ ଦେଲେ ରାନୁ ମଣ୍ଡଲ

0

ଋିପୋଟର୍ସ ଟୁଡେ, ଭୁବନେଶ୍ୱର- ରେଳ ଷ୍ଟେସନରେ ଗୀତ ଗାଇ ରାତା ରାତି ଷ୍ଟାର ପାଲଟି ଥିବା ରାନୁ ମଣ୍ଡଲ ଏବେ ବଲିଓଡରେ ପାଦ ଥାପିଛନ୍ତି । ତାହା ପୁଣି ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ହିଶେ ରେଶମିଆଁଙ୍କ ଜରିଆରେ । ହିମେଶ ରାନୁଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହୀର’ ର ଏକ ଗୀତ ଗାଇବର ସୁଯୋଗ ଦେଇଛନ୍ତି । ଏହାସହ ଏହି ଗୀତର ରେର୍କଡିଂ ବେଳର ଏକ ଭିଡିଓ ସହ‘ ସୁଲଳିତ କଣ୍ଠମୟୀ ରାନୁ ମଣ୍ଡଲଙ୍କ ସହ ମୋ ଫିଲ୍ମ ହାପି ହାର୍ଡି ଆଣ୍ଡ ହୀରର ଗୀତ ତେରି ମେରି କାହାନି ଗୀତର ରେର୍କଡିଂ ହୋଇ ସାରିଛି । ଆମର ସବୁ ସ୍ୱପ୍ନ ସାକାର ହୋଇ ପାରିବ, ଯଦି ଆପଣ ଆଗକୁ ବଢିବାର ସାହାସ କରିବେ । ଆପଣ ସମସ୍ତଙ୍କ ଭଲ ପାଇବା ଓ ସହଯୋଗ ପାଇଁ ଧନ୍ୟବାଦ’ କ୍ୟାପସନ ଦେଇ ସେୟାର କରିଛନ୍ତି ହିମେଶ । କହି ରଖୁଛୁ ଯେ, ରାନୁ ପଶ୍ଚିମବଙ୍ଗ ରାନାଘାଟ ରେଳ ଷ୍ଟେସନରେ ଭିକ ମାଗି ଚଳୁ ଥିବା ରାନୁ ୩୮ ସେକେଣ୍ଡର ଏକ ଗୀତ ଗାଇଥିଲେ, ଆଉ ସେ ଗୀତ ହିଁ ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ତାଙ୍କର ସେହି ୩୮ ସେକେଣ୍ଡ ଲତା ମଙ୍ଗେସ୍କରଙ୍କର ଗୀତ ଏକ ପ୍ୟାର କା ନଗମା ହେ ତାଙ୍କୁ ରାତିକ ଭିତରେ ଷ୍ଟାର ବନାଇ ଦେଇଥିଲା । ଏହାସହ ବହୁ ବଡ ବଡ ଷ୍ଟାରମାନେ ମଧ୍ୟ ଭିଡିଓ ପୋଷ୍ଟ କରିଥିଲେ ।