ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡା ବିଜେଡି ସାଂସଦ ଅନୁଭବ ମହାନ୍ତି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର କ୍ୟାମ୍ପନର ତାଲିକାରେ ଅନୁଭବଙ୍କ ଆଉଟ ହେବା ପରେ ଏବେ ପୂରା ପୁରି ଭାଙ୍ଗି ପଡ଼ିଛନ୍ତି ସାଂସଦ । ଆଉ ସବୁ ପୂର୍ବ କଥା ମନେ ପକାଇ କହୁଛନ୍ତି ଭଲ ପାଇ ଭୁଲ କଲି ।
ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ ଦିନ ହେବ ରାଜନୀତିରେ କୋଣଠେସା ହେଉଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଆଉ ଏବେ ଫେସ୍ବୁକରେ ଏକ ଭିଡିଓକୁ ନେଇ ସେ ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି । ପ୍ରାୟ ଅଧଘଣ୍ଟା ଧରି ଏହି ଭିଡିଓରେ ନିଜର ମନର କଥା ଖୋଲି କହିଛନ୍ତି ସାଂସଦ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀକୁ ସେ ଭଲ ପାଇ ବାହା ହୋଇଥିଲେ । ଆଉ ଏବେ ଭିଡିଓରେ ସେ ଭଲ ପାଇ ଭୁଲ କରିଥିବା କଥା କହିଛନ୍ତି । ଅନୁଭବ କହିଛନ୍ତି, ୨୦୦୮ରେ ବର୍ଷାଙ୍କୁ ମୁଁ ବହୁତ ଅଧିକ ଭଲ ପାଇଥିଲି, ତାଙ୍କ ବିନା କାହା ବିଷୟରେ ଭାବିନଥିଲି । କିନ୍ତୁ ଏବେ ଭୁଲ ହୋଇଛି ।
କେବଳ ଏତିକି ନୁହେଁ ଉଭୟଙ୍କ ଘରେ ବାହାଘର ପାଇଁ ରାଜି ନଥିଲେ । ତଥାପି ବାହାଘର ହୋଇଥିଲା । କିନ୍ତୁ ମହିଳା ବୋଲି ଯାହା କହିବେ ତାହା କଣ ଠିକ , ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ତାଙ୍କୁ କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ ।
ବର୍ଷାଙ୍କ ସହ ବିବାଦକୁ ନେଇ କୋର୍ଟରେ ଏବେ ମାମଲା ଚାଲିଛି । ଏହି ସମୟରେ ଅନୁଭବ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁ ବାଛିନେବା ଭଲ । କିନ୍ତୁ ସେ ଏମିତି କରିବେ ନାହିଁ । ଏହି ଭିଡିଓ ପରେ ରାଜନୈତିକ ଭବିଷ୍ୟତ କ’ଣ ହେବ ଜାଣିନି, କିନ୍ତୁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅନୁଭବ ମହାନ୍ତି । ୨୦୧୪ରୁ ବିଭିନ୍ନ ସମୟରେ ବିଜେଡିର ଆଗ ଧାଡ଼ିର ଷ୍ଟାର ଥିଲେ ଅନୁଭବ । ହେଲେ ପତ୍ନୀ ବର୍ଷାଙ୍କୁ ନିର୍ଯାତନା ଦେଇ ବିବାଦକୁ ଘେରକୁ ଆସିଥିଲେ ସାଂସଦ। ଖାଲି ବର୍ଷାଙ୍କ ଅଭିଯୋଗ ନୁହେଁ, ବିଭିନ୍ନ ସମୟରେ ଦିଲ୍ଲୀର ଡିୟରେଷ୍ଟ ପ୍ରେଣ୍ଡ ଜାଗ୍ରୁତିଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ ଅନୁଭବ।