(ପ୍ରିୟଦର୍ଶନୀ ସ୍ୱାଇଁ): ପୋଲିସ ଅଧିକାରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ । ଏପରି ଏକ ଲଜ୍ଜ୍ୟା ଜନକ ଘଟଣା ଘଟାଇଛନ୍ତି ଗୁରଦାସ୍ପୁର ବଟାଲା ଜଣେ ପୋଲିସ ଅଫିସର । ଏହି ଭିଡ଼ିଓ ଭାଇରାଲ ପରେ ପୋଲିସ ମୁଣ୍ଡରେ ଚଡ଼କ ପଡ଼ିଛି । ଏଏସ୍ଆଇ ବିରୋଧରେ ମାମଲା ରୁଜୁ ହୋଇ ତାଙ୍କୁ କରି ଗିରଫ କରାଯାଇଛି। ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ପୁଲିସ ଏଏସ୍ଆଇଙ୍କ ସହିତ ଜଣେ ମହିଳା ଅଛନ୍ତି। ଯାହାଙ୍କୁ ମହିଳା ହୋମଗାର୍ଡ ବୋଲି କୁହାଯାଉଛି। କିନ୍ତୁ ପୁଲିସ ଅଧିକାରୀ ଉକ୍ତ ମହିଳାଙ୍କୁ ହୋମଗାର୍ଡ ଓ ପୁଲିସରେ ଥିବା ନେଇ ଅସ୍ୱୀକାର କରିଛନ୍ତି।
ସୂଚନା ଅନୁଯାୟୀ, ଏହି ଭିଡିଓ ଭାଇରାଲ୍ ହେଲାପରେ ପୁଲିସ୍ ବିଭାଗ ଉପରେ ଚଡ଼କ ପଡ଼ିଯାଇଛି। ଡିଏସ୍ପି ବିକେ ସିଙ୍ଗଲାଙ୍କ କହିବାନୁସାରେ, ପୁଲିସ ଏଏସ୍ଆଇଙ୍କ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିବା ପରେ ଏଏସ୍ଆଇ ବବି ଶର୍ମାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ ବିରୋଧରେ ଆଇଟି ଆକ୍ଟ ଓ ଆଶ୍ଳୀଳ ସିନେମା ବନାଇବା ନେଇ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ମାମଲାର ଯାଞ୍ଚ ଆରମ୍ଭ ହୋଇ ଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।