ଟେଷ୍ଟ ଫର୍ମାଟକୁ ବାଏ ବାଏ କହିବାକୁ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି

0

ନୂଆଦିଲ୍ଲୀ-: ଭାରତୀୟ କ୍ରିକେଟ ଟିମର ନାମିଦାମୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଆସିଲା ବଡ ଅପଡେଟ୍ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ, ଏବେ ତାଙ୍କ ସାଥୀ ବିରାଟ କୋହଲି ମଧ୍ୟ ଏହି ଫର୍ମାଟକୁ ବାଏ ବାଏ କହିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ବିସିସିଆଇକୁ ମଧ୍ୟ ଜଣାଇଛନ୍ତି ।

ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଥିବା ବେଳେ ଏହି ବାବଦରେ ପୁଣି ଚିନ୍ତା କରିବାକୁ ବିସିସିଆଇର ବରିଷ୍ଠ ଅଧିକାରୀ ବିରାଟ କୋହଲିଙ୍କୁ କହିଛନ୍ତି ବୋଲି ସୂଚନା ମିଳୁଛି । ତେବେ ବିରାଟ କୋହଲି ବର୍ତ୍ତମାନ ୩୬ ବର୍ଷ ବୟସରେ ପାଦ ଥାପି ସାରିଲେଣି । ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ତାଙ୍କ ହାତରେ ଖୁବ୍ କମ୍ ସମୟ ରହିଛି । ଯାହା ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରିଦେଇଛି । ତାଙ୍କ କ୍ୟାରିୟର ମଧ୍ୟରେ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୬.୮୫ଆଭରେଜରେ ୯୨୩୦ ରନ୍ କରିପାରିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ କରିଛନ୍ତି ।

ଆସନ୍ତା ମାସରେ ଇଂଲଣ୍ଡରେ ହେବାକୁ ଥିବା ପାଞ୍ଚଟିକିଆ ଟେଷ୍ଟ ସିରିଜ ପାଇଁ ଦଳ ବାଛିବା ପାଇଁ ଭାରତୀୟ ଚୟନକର୍ତ୍ତାମାନେ କିଛି ଦିନ ମଧ୍ୟରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏପରି ସ୍ଥିତିରେ ଇଂଲଣ୍ଡ ଗସ୍ତରେ ସେ ସାମିଲ ହେବାର ସମ୍ଭାବନା ବହୁତ କମ୍ ଦେଖାଯାଉଛି ।