ରିପୋର୍ଟର୍ସ ଟୁଡେ ବ୍ୟୁରୋ; ମୁମ୍ବାଇରେ ପହଞ୍ଚିଲେ ବିରାଟ କୋହଲି । ବାଙ୍ଗାଲୋରରେ ଦଳାଚକଟା ପରେ ବିମାନବନ୍ଦରରେ ଅନୁଷ୍କା ଶର୍ମାଙ୍କ ସହ ଭାରତୀୟ ଦଳର ଅଭିଜ୍ଞ ବ୍ୟାଟସମ୍ୟାନ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିଥିଲା। ଆପଣଙ୍କୁ କହି ରଖୁଛୁ ଯେ ଆଇପିଏଲ ୨୦୨୫ ର ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଞ୍ଜାବ କିଙ୍ଗସ ବିପକ୍ଷରେ ବିଜୟୀ ହୋଇଥିଲା। ଏହା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ବୁଧବାର ବାଙ୍ଗାଲୋରରେ ପହଞ୍ଚିଥିଲା। ଏହି ସମୟରେ, କର୍ଣ୍ଣାଟକ ସରକାର ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ଭବ୍ୟ କାର୍ୟ୍ୟକ୍ରମ ଆୟୋଜନ କରିଥିଲେ। କିନ୍ତୁ, ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଗଲା ଏବଂ ଦଳାଚକଟା ଘଟିଲା ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହେଲା। ଆଉ ଏହା ପରେ ସୋସିଆଲେ ମିଡିଆରେ ଉଭୟଙ୍କୁ ଏକ ଭିଡିଓରେ ଦେଖିବାକୁ ମିଳୁଛି, ଯେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିମାନବନ୍ଦର ଛାଡି ମୁମ୍ବାଇ ଫେରି ଯାଇଛନ୍ତି। ବିଜୟ ପରେଡ୍ ସମୟରେ ଏହି ଘଟଣା ଘଟିବା ପରେ ବିରାଟ କୋହଲି କହିଥିଲେ, ‘ମୋ ପାଖରେ କହିବାକୁ କୌଣସି ଶବ୍ଦ ନାହିଁ। ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି।’ ଏହି ଘଟଣା ଦ୍ୱାରା ସମସ୍ତେ ବହୁତ ନିରାଶ ହୋଇଥିଲେ। ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ସୂଚନା ଦେଇଛନ୍ତି।