ଭାରତକୁ ଫାଇନାଲ୍ରେ ପହଞ୍ଚାଇଲେ ବିରାଟ

0

ମୁମ୍ବାଇ: ମୋଟେରା ଲର୍ଡସର ଦୁଃଖ ଲିଭିଛି ଦୁବାଇରେ। ଅଷ୍ଟ୍ରେଲିଆଠାରୁ ୨୦୨୩ ମସିହାର ଡବଲ୍ଫାଇନାଲ୍ପରାଜୟର ପ୍ରତିଶୋଧ ନେଇଛି ଭାରତ। ବୋଲରଙ୍କ ମିଳିତ ପ୍ରୟାସ ପରେ ବିରାଟ କୋହଲିଙ୍କ ନେତୃତ୍ବରେ ବ୍ୟାଟିଂ ବୋବାଲ୍ବଳରେ ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପହଞ୍ଚିଯାଇଛି। ଏଥି ସହିତ ଆଇସିସି ନକ୍ ଆଉଟ୍ପର୍ଯ୍ୟାୟରେ ଅଷ୍ଟ୍ରେଲିଆଠାରୁ ହାରିବାର ଧାରାକୁ ଭାରତ ଭାଙ୍ଗି ଦେଇଛି।

ଶେଷ ଥର ପାଇଁ ଭାରତ ୨୦୧୧ ଦିନିକିଆ ବିଶ୍ବକପ୍କ୍ବାର୍ଟରଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏଥିସହ ୨୦୨୩ ମସିହାର ଦିନିକିଆ ବିଶ୍ବକପ୍‌ (ମୋଟେରା, ଅହମଦାବାଦ) ଏବଂ ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍‌ (ଲର୍ଡସ) ପରାଜୟର ମଧୁର ପ୍ରତିଶୋଧ ନେଇଯାଇଛି ରୋହିତ ଶର୍ମାଙ୍କ ଦଳ। ରୋହିତ ମଧ୍ୟ ପ୍ରଥମ ଭାରତୀୟ ଅଧିନାୟକ ଭାବେ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟ୍ଫାଇନାଲ୍ପ୍ରବେଶର ବିରଳ ସଫଳତା ପାଇଛନ୍ତି। ୨୦୨୩ରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ଏବଂ ଦିନିକିଆ ବିଶ୍ବକପ୍ସହ ୨୦୨୪ରେ ଟ୍ବେଣ୍ଟି୨୦ ବିଶ୍ବକପ୍ଫାଇନାଲ୍ ଖେଳିଥିଲା ତାଙ୍କ ଦଳ। ଏବେ ଚତୁର୍ଥ ଫାଇନାଲ୍ ଖେଳିବ ରୋହିତ ସେନା। କ୍ରମାଗତ ଫାଇନାଲ୍ପ୍ରବେଶ କରିଥିବା ଭାରତ ରବିବାରର ଟାଇଟଲ୍ ଲଢ଼େଇରେ ନ୍ୟୁଜିଲାଣ୍ଡ୍କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବ।

 

ଦୁବାଇର ମନ୍ଥର ପିଚ୍ରେ ୨୬୫ ରନ୍ବିଜୟ ଲକ୍ଷ୍ୟକୁ ପିଛା କରିବା ଭାରତ ପାଇଁ କଷ୍ଟକର ହେବ ବୋଲି ବିଶ୍ବାସ କରାଯାଉଥିଲା। ରୋହିତ ଶର୍ମା ତାଙ୍କ ପାରମ୍ପରିକ ଆକ୍ରମଣାତ୍ମକ ଢଙ୍ଗରେ ଖେଳି ଚୌକା ଛକାରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ସମୟ ରହିପାରି ନଥିଲେ। ତଥାପି ୨୯ ବଲ୍ରୁ ୨୮ ରନ୍ କରି ମୂଳଦୁଆ ପକାଇଥିଲେ। ଏହା ପୂର୍ବରୁ ଗିଲ୍ଙ୍କୁ ଦାରସିସ୍ବୋଲ୍ଡ କରି ଦେଇଥିଲେ। ଏହି ସମୟରେ ବିରାଟ କୋହଲି ଶ୍ରେୟସ ଆୟର ତୃତୀୟ ୱିକେଟ୍ପାଇଁ ୯୧ ରନ୍ ଯୋଡ଼ି ଭାରତ ପାଳିକୁ ସଜାଡ଼ି ଦେଇଥିଲେ। ଆଦାମ ଜାମ୍ପାଙ୍କ ଦ୍ବାରା ବୋଲ୍ଡ ହେବା ସହ ଆୟର ମାତ୍ର ରନ୍ ପାଇଁ କ୍ରମାଗତ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। କୋହଲି କିନ୍ତୁ ୪୩ତମ ଓଭର ପର୍ଯ୍ୟନ୍ତ ତିଷ୍ଠି ରହିଥିଲେ।

୯୮ ବଲ୍ରୁ ୮୪ ରନ୍ କରି ସେ ମଧ୍ୟ ଜାମ୍ପାଙ୍କ ଶିକାର ହୋଇଥିଲେ। କିନ୍ତୁ ଭାରତକୁ ବିଜୟମୁହାଁ କରି ସାରିଥିଲେ। ଅବଶିଷ୍ଟ କାର୍ଯ୍ୟକୁ କେଏଲ୍ ରାହୁଲ୍ ହାର୍ଦିକ ପାଣ୍ଡ୍ୟା ସୁନ୍ଦର ଭାବେ ଶେଷ କରିଥିଲେ। ଜାମ୍ପାଙ୍କଠାରୁ କିନ୍ତୁ ପ୍ରତିଶୋଧ ନେଇଥିଲେ ହାର୍ଦିକ ପାଣ୍ଡ୍ୟା। ପାଦ ମୋଡ଼ି ହୋଇଯିବା ପରେ ହାର୍ଦିକ ଦୌଡ଼ିବା ପରିବର୍ତ୍ତେ ୪୭ତମ ଓଭର ଶେଷ ଦୁଇ ବଲ୍କୁ ତାଙ୍କ ମୁଣ୍ଡ ଉପରେ ଛକା ମାରି ଚାପ ହଟାଇ ଦେଇଥିଲେ। ସେ ୨୪ ବଲ୍ରୁ ୨୮ ରନ୍ କରି ଆଉଟ୍ହୋଇଥିଲେ। ୪୯ତମ ଓଭର ବୋଲିଂ କରିଥିବା ଗ୍ଳେନ୍ ମ୍ୟାକ୍ସୱେଲ୍ଙ୍କ ପ୍ରଥମ ବଲ୍କୁ ଛକା ମାରି କେଏଲ୍ ରାହୁଲ୍ (୩୪ ବଲ୍ରୁ ୪୨* ରନ୍) ମ୍ୟାଚ୍କୁ ଷ୍ଟାଇଲ୍ରେ ଶେଷ କରିଥିଲେ। କୋହଲି ମ୍ୟାଚ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।