୪ ଜିଲ୍ଲାର ବିଜୁ ଯୁବ ଛାତ୍ର ଜନତା ଦଳର ସାଂଗଠନିକ ସମୀକ୍ଷା

0

ଭୁବନେଶ୍ୱର: ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟରେ ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ସମସ୍ତ ଯୁବ ଓ ଛାତ୍ରନେତା ଯୋଗ ଦେଇଥିଲେ । ଦଳୀୟ ସଙ୍ଗଠନ ସମ୍ପର୍କରେ ସମସସ୍ତ ଅଂଶୀଦାର ନିଜ ନିଜର ମତ ପ୍ରଦାନ କରିଥିଲେ । ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲାରେ ପର୍ୟ୍ୟାୟ କ୍ରମେ ଭର୍ଚୁଆଲ୍ ‌ମିଟିଂର ଆୟୋଜନ କରାଯିବ । ଏହି ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌ରେ ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳର ସଙ୍ଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଯୁବ ଛାତ୍ର ନେତୃତ୍ୱକୁ ପ୍ରେରଣାଦାୟୀ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ପ୍ରଣବ ଦାସ ଜୟ ଜଗନ୍ନାଥ ଜୟ ନବୀନର ସ୍ଲୋଗାନ ଦେଇ ସମସ୍ତ ଯୁବ ଛାତ୍ର ନେତାଙ୍କୁ ଉତ୍ସାହିତ କରିଥିଲେ । ଏହି ଭର୍ଚୁଆଲ୍ ‌ମିଟିଂ‌ରେ ୪ଜିଲାରୁ ୨୯ ନିର୍ବାଚନ ମଣ୍ଡଳୀ, ୫୬ ବ୍ଲକ୍‌, ୧୩ଟି ଏନ୍‌ଏସି ଏବଂ ସମସ୍ତ ପଞ୍ଚାୟତର ଯୁବ ଛାତ୍ର ନେତାମାନେ ସାମିଲ୍ ‌ହୋଇଥିଲେ । ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ସମୀକ୍ଷା ଭର୍ଚୁଆଲ୍ ‌ମିଟିଂ‌କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ପ୍ରମୂଖ ପରିଚାଳନା କରିଥିଲେ ।