(ରିପୋର୍ଟସ ଟୁଡ଼େ / ଚୀନ ): କରୋନା ଭାଇରସ ଯୋଗୁଁ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି । ଏଥିରୁ ଗତ ୨୪ ଘଣ୍ଟାରେ ୬୪ ଜଣ ଶିକାର ହୋଇଥିବା ବେଳେ ଏଯାଏଁ ମୋଟ ୨୦ ହଜାର ୪୦୦ ଲୋକ ସଂକ୍ରମଣର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ଏହି ଭାଇରସର ବିଶ୍ୱରେ ସମସ୍ତେ ଭୟ କରୁଛନ୍ତି । ଏଥି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଚଳିତ ସପ୍ତାହରେ ଚୀନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ । ଅନ୍ତର୍ଜାତୀୟ ଟିମକୁ ପଠାଇବା ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରାଜି ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ମୁଖପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି
ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନ ସରକାରଙ୍କ ପ୍ରବଳ ଉଦ୍ୟମ ପରେ ବି ଭୟଙ୍କର କରୋନା ଭାଇରସ ନିୟନ୍ତ୍ରିତ ହୋଇ ପାରୁ ନାହିଁ । ଉହାନ ସହର ପରେ ହୁବେଇ ସହର କରୋନା ଭାଇରସର କେନ୍ଦ୍ରସ୍ଥଳ ପାଲଟିଛି । କରୋନା ଭାଇରସ ଭୟରେ ବିଦେଶର ଲୋକମାନେ ଚୀନଛାଡ଼ି ନିଜ ଦେଶକୁ ପଳାୟନ କରୁଛନ୍ତି । ବ୍ରାଜିଲର ନାଗରିକମାନେ ନିଜ ଦେଶର ସରକାରଙ୍କୁ ଚିଠିଲେଖି ସେମାନଙ୍କୁ ଉଦ୍ଧାର କରାଯାଉ ବୋଲି କହିଛନ୍ତି ।