ଶ୍ରୀଜିଉଙ୍କୁ ଦର୍ଶନ କଲେ ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ

0

(ଗୋପ / ଜୟନ୍ତ କୁମାର ସେଠୀ ): ଭାରତର ପୂର୍ବତନ କ୍ରିକେଟର ଭେଙ୍କଟେଶ ପ୍ରସାଦ କୋଣାର୍କ ମେରାଇନ ଡ୍ରାଇଭରେ ଆୟୋଜିତ ହୋଉଥିବା ଇକୋ ରିଟ୍ରିଟକ ର କାର୍ୟ୍ୟକ୍ରମକୁ ଦେଖିବା ସହ ରାତ୍ରି ଯାପନ କରିଥିଲେ। ପରେପରେ ପୁରୀ ଯାଇ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ସ୍ବତନ୍ତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ ଭେଙ୍କଟେଶଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରାଇଥିବା ଜଣାପଡ଼ିଛି। ଶ୍ରୀଜିଉଙ୍କୁ ଦର୍ଶନ କରି ପୂଜାପାଠ କରି ସେ ଆନନ୍ଦ ଅନୁଭବ କରିଥିବା ପ୍ରକାଶ କରିଛନ୍ତି।