(ଋିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁ । ମନେ ପଡିଲା ଜନ୍ମମାଟି ମୟୁରଭଞ୍ଜ ଜିଲ୍ଳାର କଥା । ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ହେବା ପରେ ସେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି । ଏହି ଅବସରରେ ସେ ମୟୁରଭଞ୍ଜ ବେତନଟି ସ୍ଥିତ ମହାରାଜା ପ୍ରତାପଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି । ଏଠାରେ ତାଙ୍କୁ ବେତନଟି ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାପରେ ଶ୍ରୀ ମୁର୍ମୁ ଶୁଖିଲାହାରସାମିଲ ମହୁଲିଆ ସରକାରୀ ପ୍ରାଥମିକ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ଗ୍ରାମୀଣ ପିଲାମାନେ ଯେଉଁ ଶିକ୍ଷା ସ୍କୁଲରେ ଗ୍ରହଣ କରୁଛନ୍ତି, ସ୍କୁଲ ସମୟ ପରେ ସେମାନେ ସେଥିରେ ସଂଶ୍ଲିଷ୍ଟ ହୋଇ ରହୁନାହାଁନ୍ତି ।
ଯାହା ବି ପାଠ ପଢିଲେ ସେଥିରେ ସେମାନେ ସଂଶ୍ଲିଷ୍ଟ ହେବା ଆବଶ୍ୟକ ଓ ଉକ୍ତ ପାଠ୍ୟକ୍ରମକୁ ବାରମ୍ବାର ପରିଚର୍ୟ୍ୟା କରିବାର ଆଵଶ୍ୟକତା ରହିଛି ବୋଲି ଶ୍ରୀ ମୁର୍ମୁ କହିଛନ୍ତି । ଶ୍ରୀ ମୁର୍ମୁ କହିଛନ୍ତି ଯେ ମୟୁରଭଞ୍ଜର ପିଲାଙ୍କ ପାଖରେ ଏଭଳି କୃତିତ୍ୱ ରହିଛି ସେମାନେ କେବଳ ଓଡିଶା ନୁହେଁ ଭାରତରେ ମଧ୍ୟ ବଡ ବଡ ପଦପଦବୀ ଅଧିକାର କରିବାର ସାମର୍ଥ୍ୟ ରଖିଛନ୍ତି । କିନ୍ତୁ ସେମାନଙ୍କୁ ଉଚିତ ସୁଯୋଗ ମିଳିପାରୁନାହିଁ । ଏହି ଅବସରରେ ଶ୍ରୀଯୁକ୍ତ ମୁର୍ମୁ ନିଜର ପୈତୃକ ଗାଁ ବୁଲି ନିଜ ସମ୍ପର୍କୀୟଙ୍କୁ ଭେଟି ବାରିପଦାର କିଛି କାର୍ୟ୍ୟକ୍ରମରେ ଯୋଗଦେବେ । ଆଜି ବାଲେଶ୍ୱରରେ ରାତ୍ରିଯାପନ କରି ଆସନ୍ତାକାଲି ଜମ୍ମୁକାଶ୍ମୀର ଫେରିଯିବେ ବୋଲି ଜଣାପଡିଛି ।