(ରିପୋର୍ଟସ ଟୁଡ଼େ / ଭୁବେନଶ୍ୱର ): ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।ମହାପ୍ରଭୁଙ୍କୁ ଦର୍ଶନ ପରେ ମମତା କହିଛନ୍ତି “ମୁଁ ଜଗନ୍ନାଥଙ୍କର ପରମ ଭକ୍ତ, ମୋ ଘରେ ବି ଜଗନ୍ନାଥଙ୍କୁ ପୂଜା କରେ। ସମସ୍ତ ମନୁଷ୍ୟ ଜାତି ଶାନ୍ତିରେ ରହିବା ନେଇ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି। ସାରା ଭାରତବାସୀ ଆମେ ସମସ୍ତେ ଭାଇ ଭାଇ ଭଳି ରହିବା।” ସେହିପରି CAAକୁ ନେଇ ଦିଲ୍ଲୀ ହିଂସାକାଣ୍ଡ ସଂପର୍କରେ ମମତା କହିଲେ, ଆମେ ରକ୍ତ ଚାହୁଁନୁ, ଶାନ୍ତି ଚାହୁଁ।
ମମତାଙ୍କୁ ଆଜି ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଶ୍ରୀଜଗନ୍ନାଥଙ୍କ ପଟ୍ଟଚିତ୍ର ପ୍ରଦାନ କରାଯାଇଥିଲା ଏହାସହ ମମତା ଦେଇଥିବା ବାନା ଆଜି ନୀଳଚକ୍ରରେ ଲାଗିବା ସହ ପୁରୁଣା ବାନା ମମତାଙ୍କୁ ପ୍ରଦାନ କରିଥିଲେ ସେବାୟତ।
୪ ଦିନିଆ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସେ ପୁରୀ ଯାତ୍ରା କରିଥିଲେ। ୩ ଦିନ ଧରି ସେ ପୁରୀରେ ଅବସ୍ଥାନ କରିବେ ବୋଲି ଜଣାପଡ଼ିଛି। ତାଙ୍କ ନିରାପତ୍ତା ଲାଗି କଡ଼ା ପୁଲିସ୍ ବ୍ୟବସ୍ଥା କରାଯାଇଛି।
ଗୁରୁବାର ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ୨୮ ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ୍ କାଉନ୍ସିିଲ୍ ବୈଠକରେ ମଧ୍ୟ ସେ ଯୋଗଦେବେ। ତେବେ ଏହି ବୈଠକ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।