(ହିଂଜିଳି କାଟୁ / ରଜନୀକାନ୍ତ ପାତ୍ର ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଜିଲ୍ଲାର ବଡ଼ ବଡ଼ ସହରର ପରିମଳ ବ୍ୟବସ୍ଥା ସ୍ବଚ୍ଛତା ରକ୍ଷା ପାଇଁ ସେ ଏବେ ବଦ୍ଧ ପରିକର ହୋଇଛନ୍ତି। କେତେ ବେଳେ ସହର କୁ ଅନ୍ଧାରେ ବିଜେ କରୁଛନ୍ତି ତ’ ଆଉ କେତେ ବେଳେ ଟାଉନ ରେ ବୁଲେଟ ରେ ବୁଲି ସ୍ବଚ୍ଛତା ତଦାରଖ କରୁଛନ୍ତି। ଠିକ୍ ସେହିପରି ଭାବେ ହିଞ୍ଜିଳିକାଟୁ ପୌରାଞ୍ଚଳ ରେ ବୁଧବାର ରାତି ୧୦ଟା ରେ ପୌର ପରିଷଦ କାର୍ୟ୍ୟାଳୟ ସାମ୍ନା ରେ ଅଚାନକ ଜିଲ୍ଲାପାଳ ପହଞ୍ଚି ଥିଲେ। ଏବେ ଜିଲ୍ଲାର ସମସ୍ତ ସହରାଞ୍ଚଳ ରେ ଟ୍ରାଫିକ ସମସ୍ୟା, ଅନ୍ୟାନ ଅସୁବିଧା ପାଇଁ ରାତ୍ରି ସମୟ ରେ ପରିମଳ ସଫେଇ କରିବା ପାଇଁ ଜିଲ୍ଲା ପ୍ରଶାସନପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ରୁ ରାତି ରେ ସହର କୁ ଝାଡୁ କରାଯାଉଥିବା ରୁ ସଫେଇ କର୍ମଚାରୀ ଙ୍କୁ ରାତି ସମୟ ରେ କାମ କରିବା ଦ୍ୱାରା ସୁବିଧା ଓ ଅସୁବିଧା ସମ୍ପର୍କ ରେ ବୁଝିବା ସହ କିଛି ସାହିର ଝାଡୁ କିପରି ହେଉଛି ନିଜେ ବୁଲି ସ୍ବଚ୍ଛତା ତଦାରଖ କରିଥିଲେ। ନିର୍ମାଣ ଚାଲିଥିବା ଜନତା ଶୌଚାଳୟ ରେ ପାଣି ଜମି ରହିଥିବା ସ୍ଥାନ ରେ ନିଜେ ସଫେଇ କରିଥିଲେ।ସ୍ଥାନୀୟ ଲୋକଙ୍କୁ ସଫେଇ ଉପରେ ସଚତନତା କରିବା ସହ ସଫେଇ କାର୍ୟ୍ୟର ମତାମତ ଲୋକଙ୍କ ଠାରୁ ନେଇଥିଲେ। ସଫେଇ କର୍ମଚାରୀ ଙ୍କୁ ଭଲ ଜୋତା ଓ ମାସ୍କ ଦେବା ପାଇଁ ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ। ଏହି ସମୟରେ ପୌରପରିଷଦ କାର୍ୟ୍ୟନିର୍ବାହ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ,ତହସିଲଦାର ଗୋପୀନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଆଇଆଇସି ଅଭିମନ୍ୟୁ ଦାସ, ପୌର କର୍ମଚାରୀ ଅଶ୍ୱିନ ନାୟକ, ବିବେକାନନ୍ଦ ମହାପାତ୍ର, ଏଲ.ମୋହନ ଆଚାରୀ, କୈଳାଶ ସାବତ ଉପସ୍ଥିତି ଥିଲେ।